ବ୍ଲୋଏମଫୋଣ୍ଟେନ୍: ଏଠାରେ ଚାଲିଥିବା ଆଇସିସି ଅଣ୍ଡର-19 ବିଶ୍ବକପରେ ତାର ଶକ୍ତି ପ୍ରଦର୍ଶନ କରିଚାଲିଛି ଡିପେଣ୍ଡିଂ ଚମ୍ପିଆନ ଭାରତ । ଚଳିତ ସିଜିନରେ 2ୟ ମ୍ୟାଚରେ ମଧ୍ୟ ବିଜୟ ହାସଲ କରିଛି ଯୁବ ଭାରତୀୟ ଦଳ । ତେବେ ଏହି ବିଜୟ ପ୍ରିୟମ ଗାର୍ଗଙ୍କ ଦଳ ପାଇଁ ବିରାଟ ବିଜୟ ହୋଇଛି । ଟୁର୍ଣ୍ଣାମେଣ୍ଟରେ ପଦାର୍ପଣକାରୀ ଦଳ ଜାପାନକୁ ପ୍ରଥମ 41ରନରରେ ଆଉଟ କଲା ପରେ ନିର୍ଦ୍ଧାରିତ 42ରନ ବିଜୟ ଲକ୍ଷ୍ୟକୁ ବିନା କୌଣସି ୱିକେଟ ବ୍ୟୟରେ ମାତ୍ର 4.5 ଓଭରରେ ହାସଲ କରିନେଇଛି ଭାରତ ।
ଅଣ୍ଡର-19 ବିଶ୍ବକପ: ମାତ୍ର 4.5 ଓଭରରେ ମ୍ୟାଚ ଜିତିଲା ଭାରତ - U-19 World Cup
ଟୁର୍ଣ୍ଣାମେଣ୍ଟରେ ପଦାର୍ପଣକାରୀ ଦଳ ଜାପାନକୁ ପ୍ରଥମ 41ରନରରେ ଆଉଟ କଲା ପରେ ନିର୍ଦ୍ଧାରିତ 42ରନ ବିଜୟ ଲକ୍ଷ୍ୟକୁ ବିନା କୌଣସି ୱିକେଟ ବ୍ୟୟରେ ମାତ୍ର 4.5 ଓଭରରେ ହାସଲ କରିନେଇଛି ଭାରତ ।
ତେବେ ଟସ ଜିତି ପ୍ରଥମ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ପ୍ରିୟମ ଗାର୍ଗ । ଯୁବ ବୋଲର ରବି ବିଷ୍ନୋଇଙ୍କ 4 ୱିକେଟ ଓ କାର୍ତ୍ତୀକ୍ ତ୍ୟାଗୀଙ୍କ 3ୱିକେଟ ଅକ୍ତିଆର ବଳରେ ବିପକ୍ଷ ଦଳକୁ ମାତ୍ର 41ରନରେ ରୋକିଥିଲା ଭାରତ । ତେବେ ସବୁଠାରୁ ମଜାଦାର କଥାଟି ହେଉଛି ବିପକ୍ଷ ଜାପାନ ଦଳର କୌଣସି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିବା ବେଳେ 5 ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଜାପାନ ଦଳର ଅଧିନାୟକ ମାତ୍ର 1ରନ କରି ଆଉଟ ହୋଇଛନ୍ତି । ଦଳ ପକ୍ଷରୁ ସର୍ବାଧିକ 7 ରନ କରିଛନ୍ତି ବ୍ୟାଟ୍ସମ୍ୟାନ ସୁ ନୋଗୁଚି ଓ କେଣ୍ଟୋ ଓଟା ଡୋବେଲ ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ 90 ରନରେ ପରାସ୍ତ କରିଥିଲା । ତେବେ ଭାରତ ପରବର୍ତ୍ତୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ ।