ଓଡିଶା

odisha

ETV Bharat / sports

ଅଣ୍ଡର-19 ବିଶ୍ବକପ ପାଇଁ ଜଣେ ଭାରତୀୟ ଅମ୍ପେୟାର - U-19 World cup

ପ୍ରକାଶ ପାଇଥିବା 16 ଜଣିଆ ତାଲିକାରେ ଅନୀଲ ଚୌଧୁରୀ ଏକମାତ୍ର ଭାରତୀୟ ଅମ୍ପେୟାର ଭାବେ ତାଲିକାରେ ସ୍ଥାନ ପାଇଛନ୍ତି ।

u-19-world-cup-anil-chaudhary-only-indian-umpire-in-the-list
ଅଣ୍ଡର-19 ବିଶ୍ବକପ

By

Published : Jan 8, 2020, 10:16 PM IST

ଦୁବାଇ: ଆସନ୍ତା ଅଣ୍ଡର-19 ବିଶ୍ବକପ ପାଇଁ ଅମ୍ପେୟାର ତାଲିକାରେ ମାତ୍ର ଜଣେ ଭାରତୀୟ ଅମ୍ପେୟାର ରହିଛନ୍ତି । ପ୍ରକାଶ ପାଇଥିବା 16 ଜଣିଆ ତାଲିକାରେ ଅନୀଲ ଚୌଧୁରୀ ଏକମାତ୍ର ଭାରତୀୟ ଅମ୍ପେୟାର ଭାବେ ତାଲିକାରେ ସ୍ଥାନ ପାଇଛନ୍ତି । ଉଲ୍ଲେଖଥାଉ କି, ଦକ୍ଷିଣ ଆଫ୍ରିକାରେ ଚଳିତ ମାସ 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି 19 ବର୍ଷରୁ କମ୍‌ କ୍ରିକେଟ ଦିନିକିଆ ବିଶ୍ବକପ ।

ତେବେ ଏହି 54 ବର୍ଷୀୟ ଭାରତୀୟ ଅମ୍ପେୟାର 20 ଦିନିକିଆ ଓ 27 ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି । ଯେଉଁଥିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ଚାଲିଥିବା ସିରିଜ ସାମିଲ ଅଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 12ଟି ଦେଶର 16ଜଣ ଅମ୍ପାୟାର କାର୍ଯ୍ୟରତ ରହିବେ । ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଦିନିକିଆ ବିଶ୍ବକପ ପରେ ଅବସର ନେଇଥିବା ଅଭିଜ୍ଞ ଇଣ୍ଡିଆନ୍ ଗୋଲ୍ଡ ଡିଫେଣ୍ଡିଂ ଚମ୍ପିଆନ୍ ଭାରତ ଓ ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଅମ୍ପାୟାରିଂ କରିବେ ।

  • ଅମ୍ପାୟାର ତାଲିକା: ରୋଲାଣ୍ଡ ବ୍ଲାକ୍‌, ଅହମ୍ମଦ ଶାହ ପାକତୀନ୍‌, ସାମ୍ ନୋଗାଜସ୍କି, ଶାଫୁଦୁଲ୍ଲା ଇବନେ ଶାହିଦ୍‌, ଇଆନ୍ ଗୋଲ୍ଡ, ୱେନ୍ ନାଇଟ୍ସ, ରଶିଦ୍ ରିଆଜ୍ ୱକାର, ଅନୀଲ ଚୌଧୁରୀ, ପ୍ୟାଟ୍ରିକ୍ ବୋଙ୍ଗାନି ଜେଲେ, ଇକନୋ ଚାବି, ନାଇଜେଲ ଡୁଗୁଡ୍‌, ରବିନ୍ଦ୍ର ୱିମାଲାସିରି, ମସୁଦୁର ରେହମାନ୍ ମୁକୁଲ, ଆସିଫ୍ ୟାକୁବ୍‌, ଲେସଲୀ ରିଫର, ଆଡ୍ରିଆନ୍ ହୋଲ୍ଡଷ୍ଟକ୍।

ABOUT THE AUTHOR

...view details