ଓଡିଶା

odisha

ETV Bharat / sports

ୱାଙ୍ଖଡେ ଷ୍ଟାଡିୟମର ଆଉ ଦୁଇ ଗ୍ରାଉଣ୍ଡଷ୍ଟାଫ୍‌ କୋରୋନା ପଜିଟିଭ - ମୁମ୍ବାଇ କ୍ରିକେଟ ଆସୋସିଏସନ

ମହାରାଷ୍ଟ୍ରରେ ମଙ୍ଗଳବାର 47,000ରୁ ଅଧିକ ଓ କେବଳ ମୁମ୍ବାଇ ସହରରେ 9000ରୁ ଅଧିକ କୋଭିଡ-19 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

Two ground staff members test positive for COVID-19 at Wankhede
ୱାଙ୍ଖେଡେ ଷ୍ଟାଡିୟମର ଆଉ ଦୁଇ ଗ୍ରାଉଣ୍ଡଷ୍ଟାଫ୍‌ କୋରୋନା ପଜିଟିଭ

By

Published : Apr 6, 2021, 3:38 PM IST

ମୁମ୍ବାଇ: ଆଇପିଏଲ ଆରମ୍ଭ ଦିନ ଯେତିକି ନିକଟତର ହେଉଛି, ସେହିମାତ୍ରାରେ କୋରୋନାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ 10ଟି ମ୍ୟାଚ ଖେଳାଯିବା ନେଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିବାର ଦିନକପରେ, ଷ୍ଟାଡିୟମର ଆଉ ଦୁଇ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଜଣାପଡିଛି ।

ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ 2021ର ପ୍ରଥମ ମ୍ୟାଚ ଏପ୍ରିଲ 10ରେ ଖେଳାଯିବା ନେଇ ସୂଚୀ ରହିଛି । ଏପ୍ରିଲ 9ରେ ଚେନ୍ନାଇରେ ଉଦ୍‌ଘାଟନୀ ମୁକାବିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

"ଷ୍ଟାଡିୟମରେ ମୋଟ 3ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ଦୁଇଜଣ ଗ୍ରାଉଣ୍ଡଷ୍ଟାଫ ରହିଛନ୍ତି" ମୁମ୍ବାଇ କ୍ରିକେଟ ଆସୋସିଏସନ ସୁତ୍ରରୁ ଜଣାପଡିଛି ।

ପୂର୍ବରୁ ଶନିବାର, 10ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ରିପୋର୍ଟ ପଜିଟିଭ ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇସାରିଛନ୍ତି ।

ସୋମବାର, ମହାରାଷ୍ଟ୍ର ସରକାର, ରାଜ୍ୟରେ ସପ୍ତାହନ୍ତ ଲକଡାଉନ ଓ ସହରରେ ନାଇଟ କର୍ଫ୍ୟୁ ଘୋଷଣା ସତ୍ତ୍ବେ ଇଭେଣ୍ଟକୁ ସବୁଜ ସଙ୍କେତ ଦେଇଥିଲେ । ଟିମ ଗୁଡିକୁ ରାତି 8.00ଟା ପରେ ହୋଟେଲରୁ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ମଧ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ମଙ୍ଗଳବାର, ମହାରାଷ୍ଟ୍ରରେ 47,000ରୁ ଅଧିକ ଓ କେବଳ ମୁମ୍ବାଇ ସହରରେ 9000ରୁ ଅଧିକ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details