ଓଡିଶା

odisha

By

Published : Dec 28, 2019, 11:49 PM IST

ETV Bharat / sports

ଆହତ କାରଣରୁ 3ୟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଲେ ବୋଲ୍ଟ

ନ୍ୟୁଜିଲାଣ୍ଡର ବୋଲର ଟ୍ରେଣ୍ଟ ବୋଲ୍ଟ ଆହତ କାରଣରୁ 3ୟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଛନ୍ତି ।

trent boult
trent boult


ମେଲବର୍ଣ୍ଣ: ନ୍ୟୁଜିଲାଣ୍ଡର ବାମ ହାତୀ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ଆହତ କାରଣରୁ 3ୟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଛନ୍ତି । ମେଲବର୍ଣ୍ଣ ଠାରେ ଚାଲିଥିବା 2ୟ ଟେଷ୍ଟ ମ୍ୟାଚରେ ଆହତ ହୋଇଛନ୍ତି ବୋଲ୍ଟ । ବୋଲ୍ଟଙ୍କ ଡାହାଣ ହାତ ଫ୍ୟାକ୍ଚର ହୋଇଛି ।

ଟ୍ବିଟ


ନ୍ୟୁଜିଲାଣ୍ଡ କ୍ରିକେଟ ଏହି ସୂଚନା ଦେଇଛି । ବୋଲ୍ଟ ସମ୍ପୂର୍ଣ୍ଣ ରୂପେ ଠିକ ହେବାକୁ ପାଖାପାଖି 4ସପ୍ତାହ ଲାଗିବ । ତାଙ୍କ ସ୍ଥାନରେ କିଏ ଖେଳିବ ଆଗାମୀ ସମୟରେ ସୂଚନା ଦିଆଯିବ ।

ସୂଚନାଥାଉକି, 3ଜାନୁଆରୀରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ସହ 3ୟ ଟେଷ୍ଟ ମ୍ୟାଚ ଖେଳିବ କିଓ୍ବି ।

ABOUT THE AUTHOR

...view details