ଓଡିଶା

odisha

ETV Bharat / sports

ଦିନିକିଆରେ ସର୍ବାଧିକ ରନ ସ୍କୋର କରିଥିବା 5 ଅଧିନାୟକ

ବିଚକ୍ଷଣ ଅଧିନାୟକ ହେବା ସହ ବ୍ୟାଟରେ ବି ଚମତ୍କାର ପ୍ରଦର୍ଶନ କରିଥିବା ଶ୍ରେଷ୍ଠ 5 ଜଣ ଖେଳାଳି । ଯିଏ ନିଜ ଦଳକୁ ସଫଳତାର ଶୀର୍ଷରେ ପହଁଞ୍ଚାଇଥିଲେ । ଅଧିକ ପଢ଼ନ୍ତୁ...

Top five Batsmen, batsmen with most runs as captain in ODIs, ସର୍ବାଧିକ ରନ ସ୍କୋର କରିବା 5 ବ୍ୟାଟ୍ସମ୍ୟାନ, ଦିନିକିଆରେ ଅଧିନାୟକ ଭାବେ ସର୍ବାଧିକ ରନ, ରିକି ପଣ୍ଟିଂ, ଏମଏସ ଧୋନି, ଷ୍ଟିଫେନ ଫ୍ଲେମିଙ୍ଗ, ଅର୍ଜୁନ ରଣତୁଙ୍ଗା, ଗ୍ରେମ ସ୍ମିଥ
ଦିନିକିଆରେ ଅଧିନାୟକ ଭାବେ ସର୍ବାଧିକ ରନ ସ୍କୋର କରିବା 5 ବ୍ୟାଟ୍ସମ୍ୟାନ

By

Published : May 12, 2020, 5:48 PM IST

ନୂଆଦିଲ୍ଲୀ: ଗୋଟିଏ ଦଳର ଅଧିନାୟକ ହେବାର ମାନେ ହେଉଛି ଅନେକ ଦାୟିତ୍ବ ଓ ଚାପ । କିନ୍ତୁ କ୍ରିକେଟ ଇତିହାସରେ ଏମିତି କିଛି ବିଚକ୍ଷଣ ଖେଳାଳି ଅଛନ୍ତି,ଯେଉଁମାନେ ଏହି ଦାୟିତ୍ବ ବହନ କରିବା ପରେ ମଧ୍ୟ ନିଜର ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେବେ ଏହି ତାଲିକାରେ ଶ୍ରେଷ୍ଠ 5 ଜଣ ଖେଳାଳିଙ୍କ ଉପରେ ନଜର ପକାଇବା ଯିଏ ଦିନିକିଆ ଅଧିନାୟକ ଭାବେ ସର୍ବାଧିକ ସ୍କୋର କରିଛନ୍ତି ।

ରିକି ପଣ୍ଟିଂ

ରିକି ପଣ୍ଟିଂ

କ୍ରିକେଟ ଖେଳର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ । ନିଜ ଅଧିନାୟକତ୍ବ ଓ ବ୍ୟାଟିଂ କ୍ଷମତାରେ ପଣ୍ଟିଂ ଅଷ୍ଟ୍ରେଲିଆକୁ ସଫଳତାର ନୂତନ ଶୀର୍ଷରେ ନେଇ ପହଁଞ୍ଚାଇଥିଲେ । ଅଧିନାୟକର ଦାୟିତ୍ବ ସହ ବ୍ୟାଟିଂରେ ପଣ୍ଟିଂଙ୍କର ଅବିଶ୍ବନୀୟ ଭାବେ ଉନ୍ନତି ଘଟିଥିଲା । 203ଟି ଦିନିକିଆରେ ସେ ଅଷ୍ଟ୍ରେଲିଆର ଅଧିନାୟକତ୍ବ କରିଥଲେ 2002-2012 ପର୍ଯ୍ୟନ୍ତ । ପଣ୍ଟିଂ ଏହି ସମୟ ମଧ୍ୟରେ 8,497 ରନ ସ୍କୋର କରିଥିଲେ 42.91 ଆଭରେଜ ସହ । ଯେଉଁଥିରେ ସାମିଲ ଥିଲା 22ଟି ଶତକ ଓ 51ଟି ଅର୍ଦ୍ଧଶତକ । ସର୍ବାଧିକ ସ୍କୋର ଥିଲା 164, ଯାହା କି ସେ ଜୋହାନ୍ସବର୍ଗରେ 2006 ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କରିଥିଲେ ।

ଏମଏସ ଧୋନି

ଏମଏସ ଧୋନି

ସୀମିତ ଓଭର କ୍ରିକେଟରେ ସବୁଠାରୁ ସଫଳ ତମ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଏମଏସ ଧୋନି । ଅଧିନାୟକତ୍ବ ସହ ବ୍ୟାଟିଂରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲେ ଧୋନି । 2007-2018 ପର୍ଯ୍ୟନ୍ତ ଧୋନି ଅଧିନାୟକତ୍ବ ଭାର ସମ୍ଭାଳିଥିଲେ । ଧୋନିଙ୍କୁ ‘ମହାନ ଗେମ ଫିନିସର’ର ଟ୍ୟାଗ ମଧ୍ୟ ମିଳିଥିଲା । ଭାରତ ପାଇଁ 200ଟି ଦିନିକିଆ ମ୍ୟାଚରେ ଅଧିନାୟକତ୍ବ କରି 53.55ର ଚମତ୍କାର ଆଭରେଜ ସହ 6,641 ରନ କରିଥିଲେ । ଯେଉଁଥିରେ ସାମିଲ ଅଛି 6ଟି ଶତକ ଓ 47ଟି ଅର୍ଦ୍ଧ ଶତକ । ଧୋନି ଅନେକ ଥର ଭାରତକୁ ବିଜୟ ସୀମାରେଖା ପାର କରାଇଛନ୍ତି ।

ଷ୍ଟିଫେନ ଫ୍ଲେମିଙ୍ଗ

ଷ୍ଟିଫେନ ଫ୍ଲେମିଙ୍ଗ

ନ୍ୟୁଜିଲାଣ୍ଡର ମହାନ କ୍ରିକେଟର ଷ୍ଟିଫେନ ଫ୍ଲେମିଙ୍ଗ ଜଣେ ଷ୍ଟ୍ରଙ୍ଗ ଲିଡର ଥିଲେ । ଯିଏ 218ଟି ମ୍ୟାଚରେ କିୱି ଦଳର ଅଧିନାୟକତ୍ବ କରିଥିଲେ । 1997ରୁ 2007 ପର୍ଯ୍ୟନ୍ତ ସେ କ୍ୟାପ୍ଟେନ ଭାବେ ଦଳର ଭାର ଗ୍ରହଣ କରିଥିଲେ । ସେ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । କିୱି ଦଳର ଓପନର ଭାବେ ଫ୍ଲେମିଂ 103ଟି ମ୍ୟାଚରେ ଓପନିଂ କରିଥିଲେ ଓ ଅଧିନାୟକ ଭାବେ 6,295 ରନ କରିଥିଲେ । 32.78 ଆଭରେଜ ସହ ଏଥିରେ ସାମିଲ ଥିଲା 7ଟି ଶତକ ଓ 38ଟି ଅର୍ଦ୍ଧଶତକ ।

ଅର୍ଜୁନ ରଣତୁଙ୍ଗା

ଅର୍ଜୁନ ରଣତୁଙ୍ଗା

ଶ୍ରୀଲଙ୍କାର ଅନ୍ୟତମ ସଫଳ ଅଧିନାୟକ ହେଉଛନ୍ତି ଅର୍ଜୁନ ରଣତୁଙ୍ଗା, ଯିଏ ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ ବି ଥିଲେ । ଏହି ଷ୍ଟାଇଲିସ ବାମହାତି ବ୍ୟାଟ୍ସମ୍ୟାନ 269ଟି ଏକଦିସୀୟ ଖେଳିଛନ୍ତି ସେଥିମଧ୍ୟରୁ ସେ 193ଟିରେ ଅଧିନାୟକତ୍ବ କରିଛନ୍ତି । ଅଧିନାୟକ ଭାବେ ରଣତୁଙ୍ଗା 37.63 ଆଭରେଜ ସହ 5,608 ରନ ସ୍କୋର କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ଥିଲା ଅପରାଜିତ 131 ରନ। ଅଧିନାୟକ ଭାବେ 4ଟି ଶତକ ଓ 37ଟି ଅର୍ଦ୍ଧଶତକ କରିଥିଲେ । 1196ରେ ତାଙ୍କ ଅଧିନାୟକତ୍ବରେ ଆଇସିସି ବିଶ୍ବକପ ଜିତିଥିଲା ଶ୍ରୀଲଙ୍କା ।

ଗ୍ରେମ ସ୍ମିଥ

ଗ୍ରେମ ସ୍ମିଥ

ଦକ୍ଷିଣ ଆଫ୍ରିକା କ୍ରିକେଟର ବର୍ତ୍ତମାନ ଡାଇରେକ୍ଟର ଥିବା ଗ୍ରେମ ସ୍ମିଥ ଜଣେ ଶ୍ରେଷ୍ଠ ଲିଡର ଥିଲେ । 2003-2011 ପର୍ଯ୍ୟନ୍ତ ସେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବେ ଦାୟିତ୍ବ ତୁଲାଇଥିଲେ । ଅଧିନାୟକ ଭାବେ ସେ 150 ଦିନିକିଆ ମ୍ୟାଚରେ ଅଧିନାୟକତ୍ବ କରିଥିଲେ । 38.96 ଆଭରେଜ ସହ ସ୍ମିଥ 5,416 ରନ କରିଥିଲେ ଯେଉଁଥିରେ ସାମିଲ ଥିଲା 8 ଶତକ ଓ 37 ଅର୍ଦ୍ଧଶତକ ।

ABOUT THE AUTHOR

...view details