ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସ୍ଥଗିତ ଥିବା ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହ, ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ ଟିମ । 200 ରନର ବିଜୟ ଲକ୍ଷ୍ୟକୁ 6 ୱିକେଟ ବିନିମୟରେ ହାସଲ କରିଥିଲା ହୋଲ୍ଡରଙ୍କ ଚିମ ।
ଫଳରେ ବର୍ତ୍ତମାନର କ୍ରିକେଟର, ପୂର୍ବତନ କ୍ରିକେଟରଙ୍କ ସମେତ କ୍ରିକେଟ ସମୁଦାୟରେ ଇଣ୍ଡିଜ ଟିମକୁ ପ୍ରଂଶସା କରିଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଟେଷ୍ଟ କ୍ରିକେଟର ଏହା ଶ୍ରେଷ୍ଠ ନିଦର୍ଶନ ବୋଲି କହିଛନ୍ତି । ଏଥିସହିତ ଟ୍ବିଟ ଯୋଗେଁ ୱେଷ୍ଟଇଣ୍ଡିଜ ଟିମକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡସ ମଧ୍ୟ ଟିମକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ କୋରୋନା ଭାଇରସ ପରେ କ୍ରିକେଟ ଆରମ୍ଭର ପ୍ରଥମ ମ୍ୟାଚ ଇଣ୍ଡିଜ ନାମରେ ହୋଇଛି ବୋଲି କହିଛନ୍ତି ।