ଓଡିଶା

odisha

ETV Bharat / sports

ମାହି ଯୁଗ ଶେଷ, ନଜର ପକାନ୍ତୁ 5 ଶ୍ରେଷ୍ଠ ମ୍ୟାଚ - ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ସନ୍ୟାସ

ମହେନ୍ଦ୍ର ସିଂ ଧୋନି ନିଜ ବିଚକ୍ଷଣ କ୍ରିକେଟ ବୁଦ୍ଧି ବଳରେ ଅଧିନାୟକ ଭାବେ ଭାରତୀୟ କ୍ରିକେଟକୁ ଅନେକ ସଫଳତାର ସ୍ବାଦ ଚଖାଇଛନ୍ତି । ଭାରତ ପାଇଁ ଧୋନି ଦୀର୍ଘ 16 ବର୍ଷ ଧରି ଖେଳିଆସିଛନ୍ତି । ଦିନିକିଆ କ୍ରିକେଟ ଇତିହାସରେ, ସେ ସର୍ବଶ୍ରେଷ୍ଠ ମ୍ୟାଚ ବିଜେତା ରୂପେ ପରିଗଣିତ ହୋଇଛନ୍ତି ।

Top 5: When DHONI won over the oppositions with blitzkrieg batting
ଧୋନିଙ୍କ 5 ଶ୍ରେଷ୍ଠ ମ୍ୟାଚ ବିଜୟୀ ପ୍ରଦର୍ଶନ

By

Published : Aug 16, 2020, 7:15 PM IST

ହାଇଦ୍ରାବାଦ: ମହେନ୍ଦ୍ର ସିଂ ଧୋନି ନିଜ ବିଚକ୍ଷଣ କ୍ରିକେଟ ବୁଦ୍ଧି ବଳରେ ଅଧିନାୟକ ଭାବେ ଭାରତୀୟ କ୍ରିକେଟକୁ ଅନେକ ସଫଳତାର ସ୍ବାଦ ଚଖାଇଛନ୍ତି । ଭାରତ ପାଇଁ ଧୋନି ଦୀର୍ଘ 16 ବର୍ଷ ଧରି ଖେଳିଆସିଛନ୍ତି । ଦିନିକିଆ କ୍ରିକେଟ ଇତିହାସରେ, ସେ ସର୍ବଶ୍ରେଷ୍ଠ ମ୍ୟାଚ ବିଜେତା ରୂପେ ପରିଗଣିତ ହୋଇଛନ୍ତି । ଦୀର୍ଘବର୍ଷ ଧରି ସେ ନଂ1 ବ୍ୟାଟି ମାନ୍ୟତାରେ ରହିଛନ୍ତି । ପରାଜୟକୁ ବିଜୟରେ ବଦଳାଇବାର ଅବିଶ୍ବସନୀୟ କୌଣଳ ଧୋନିଙ୍କ ନିକଟରେ ରହିଥିଲା । ସ୍ବାଧୀନତା ଦିବସର ସନ୍ଧ୍ୟାରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିବା ପରେ, ତାଙ୍କର କ୍ରିକେଟ ସ୍ମୃତିରେ କୋଟିକୋଟି ପ୍ରଂଶସକ । ନଜର ପକାସ୍ତୁ ଇଟିଭି ଭାରତ ଚୟନ କରିଥିବା ଧୋନିଙ୍କ ଶ୍ରେଷ୍ଠ 5ଟି ସ୍ମରଣୀୟ ମ୍ୟାଚ ଫିନିସ ଇଂନିସ...

2012ରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଦିନିକିଆରେ ଧୋନି

ବର୍ଷ 2005, 148 ବନାମ ପାକିସ୍ତାନ

ପ୍ରଥମ 4ଟି ଦିନିକିଆ ଇଂନିସରେ ଫେଲ ମାରିବା ପରେ, ବିଶାଖାପାଟ୍ଟନାମରେ ପାକିସ୍ତାନ ବିପକ୍ଷ ଦିନିକିଆରେ ଧୋନିଙ୍କୁ ବିସ୍ପୋରକ ଅବତାରରେ ଦେଖିବାକୁ ମିଳିଥିଲା । 123 ବଲରୁ 148 ରନ ଦମଦାର ଇଂନିସ ଖେଳିଥିଲେ ମାହି । ଏହି ଇଂନିସରେ 15 ଚୌକା ଓ4ଟି ଛକା ସାମିଲ ରହିଥିଲା । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଧୋନି । ଏହି ଆକର୍ଷଣୀୟ ଇଂନିସ ବଳରେ ଭାରତ 50 ଓଭରରେ 9 ୱିକେଟ ବିନିମୟରେ ବିଶାଳ 356 ରନ କରିଥିଲା । ପରେ ଭାରତ ପକିସ୍ତାନକୁ 58 ରନର ହରାଇଥିଲା ।

ବର୍ଷ 2005, ଅପରାଜିତ 183 ବନାମ ଶ୍ରୀଲଙ୍କା

ବର୍ଷ 2004ରେ ଭାରତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ ଧୋନି । ପାକିସ୍ତାନ ବିପକ୍ଷରେ 158 ରନର ଶତକୀୟ ଇଂନିସ ପରେ, ତାଙ୍କ ଦକ୍ଷତାର ପ୍ରମାଣ ମିଳିଥିଲା । ପରେ ବର୍ଷ 2005ରେ ଶ୍ରୀଲଙ୍କା ବିପକ୍ଷରେ ଆଉ ଏକ ମ୍ୟାଚ ବିଜୟୀ ଇଂନିସ ସ୍ମରଣୀୟ ହୋଇ ରହିଛି । ଜୟପୁର ଦିନିକିଆରେ ଭାରତ ସାମ୍ନାରେ ଶ୍ରୀଲଙ୍କା 299 ରନର ବିଜୟ ଲକ୍ଷ୍ୟ ରଖିଥିଲା । ପ୍ରଥମ ଓଭରରେ ସଚିନଙ୍କ ୱିକେଟ ହରାଇ ସଙ୍କଟକେ ପଡିଥିଲା ଭାରତ । ବ୍ୟାଟିଂ ପାଇଁ 3ନଂ ସ୍ଥାନରେ ଏକ ବଡ ଦାୟିତ୍ବ ମୁଣ୍ଡାଇ ପଡିଆକୁ ଆସିଥିଲେ ଧୋନି । ତେବେ ଯାହା ହୋଇଥିଲା ତାହା କୌଣସି ଚମତ୍କାରିତା ଠାରୁ କମ ନଥିଲା । ଅଭିଜ୍ଞ ସଚିଙ୍କ ୱିକେଟ ହାସଲ କରି ଖୁସିରେ ଝୁମୁଥିବା ସିଂହଳ ବୋଲରଙ୍କୁ 23ବର୍ଷୀୟ ଧୋନି ଲମ୍ବା ଲମ୍ବା ଛକା ମାରିବାରେ ବ୍ୟସ୍ତ ଥିଲେ । କିମ୍ବଦନ୍ତୀ ଶ୍ରୀଲଙ୍କା ବୋଲର ଚାମିନ୍ଦା ଭାସ ମଧ୍ୟ ଧୋନିଙ୍କ ବିସ୍ପୋରଣରୁ ବର୍ତ୍ତି ନଥିଲେ । ପରେ ଜଣ ପରେ ଜଣେ ବୋଲରଙ୍କୁ ନିର୍ଦ୍ଦୟୀ ଭାବେ ପ୍ରହାର କରିଚାଲିଥିଲେ ।

145 ବଲରୁ ଅପରାଜିତ 183 ରନର ଜବରଦସ୍ତ ଇଂନିସ ଖେଳିଥିଲେ ଧୋନି । ଏହି ଇଂନିସରେ 15 ଚୌକା ଓ 11ଛକା ସାମିଲ ଥିଲା । ଗୋଟିଏ ଓଭର ବାକିଥାଇ ଭାରତ ମ୍ୟାଚରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ବର୍ଷ 2007, ଅପରାଜିତ 139 ବନାମ ଆଫ୍ରିକା ଏକାଦଶ

ବର୍ଷ 2007ରେ ଏସିଆ ଏକାଦଶ ପକ୍ଷରୁ ଖେଳିଥିଲେ । ଧୋନିଙ୍କ ସାମ୍ନାରେ ଥିଲେ ଆଫ୍ରିକୀୟ ବୋଲର । ତେବେ 97 ବଲରୁ 15 ଚୌକା ଓ5 ଛକା ସହାୟତାରେ 139 ରନର ଇଂନିସ ଆଫ୍ରିକୀୟ ବୋଲରଙ୍କୁ ଧରାଶାୟୀ କରିଥିଲା । ଏସିଆ ଏକାଦଶ 50ଓଭରରେ 332 ରନର ବିଜୟ ଲକ୍ଷ୍ୟ ରଖିଥିଲା । ଆଫ୍ରିକା 318 କରିବା ସହ 13 ରନରେ ପରାଜୟ ବରଣ କରିଥିଲା ।

ବର୍ଷ 2011, ଅପରାଜିତ 91 ବନାମ ଶ୍ରୀଲଙ୍କା

ଅବସର ଥିଲା 2011 କ୍ରିକେଟ ବିଶ୍ବକପର । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯାଉଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତ ସାମ୍ନାରେ 275 ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପିଛା କରି ସଚିନ ଓ ସେହ୍ବାଗଙ୍କ ୱିକେଟ ଶ୍ରୀଘ୍ର ହରାଇଥିଲା ଟିମ ଇଣ୍ଡିଆ । ପରେ ଗମ୍ଭୀରଙ୍କ ସହ ମିଶି ଧୋନି ମ୍ୟାଚ ବିଜୟୀ ପାର୍ଟନରସିପ କରିଥିଲେ । ମାତ୍ର ଗମ୍ଭୀର 97 ରନରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହୋଇଥିଲା । ଯୁଦ୍ଧ ଏଯାବତ ବରାବର ମଧ୍ୟରେ ଥିଲା । ବିଶ୍ବକପ ଫାଇନାଲର ଚାପ ସତ୍ତ୍ବେ 79 ବଲରୁ 91 ରନର ଅପରାଜିତ ବିଜୟୀ ଇଂନିଲସ ଖେଳିଥିଲେ ଧୋନି । ନୁଆନ କୁଳସେକରାଙ୍କୁ ଲଙ୍ଗ ଅଫ୍ ବାଉଣ୍ଡ୍ରୀକୁ ଛକା ମାରି ଭାରତକୁ ବିଶ୍ବ ଚମ୍ପିଆନ କରାଇଥିଲେ । ଦେଶର ବିଶ୍ବକପ ବିଜୟର 28 ବର୍ଷର ଲମ୍ବା ପ୍ରତୀକ୍ଷାର ଶେଷ ହୋଇଥିଲା ।

ବର୍ଷ 2012, ଅପରାଜିତ 44 ବନାମ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଦିନିକିଆରେ 270 ରନକୁ ପିଛା କରୁଥିବା ଭାରତୀୟ ଦଳ 178 ରନରେ 4 ୱିକେଟ ହରାଇ ସଙ୍କଟରେ ପଡିଥିଲା । ପରେ ଧୋନି ଓ ସୁରେଶ ରୈନା ମିଶି ଭାରତକୁ ବିଜୟ ଆଡକୁ ନେଇଯାଇଥିଲେ । ତେବେ ନାଟକୀୟ ଭଙ୍ଗୀରେ ମ୍ୟାଚର ମୋଡ ବଦଳିଯାଇଥିଲ । ରୈନା ଓ ଜାଡେଜା ଅଳ୍ପ ରନ ବ୍ୟବଧାନରେ ପାଭିଲିୟନ ଫେରିଥିଲେ । ପରେ ଶେଷ ଓଭରରୁ ବିଜୟ ପାଇଁ 13ରନର ଆବଶ୍ୟକ ଥିଲା । ଧୋନି ଏକାକି ଦୁଇଟି ବଲ ବାକିଥାଇ ଭାରତକୁ ବିଜୟୀ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details