ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅମ୍ପାୟାର ଷ୍ଟିଭ୍ ବକନର ପୂର୍ବତନ ଭାରତ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ ଜଡିତ ଘଟଣାକୁ ମନେ ପକାଇଛନ୍ତି ଏବଂ ତାଙ୍କୁ କିପରି ଦୁଇଥର ଭୁଲ ଭାବରେ ଆଉଟ ନିଷ୍ପତି ଦେଇଥିଲେ, ସେ କଥା ବଖାଣିଛନ୍ତି ।
17 ବର୍ଷ ତଳର ଭୁଲ ନିଷ୍ପତିକୁ ସ୍ବୀକାର କଲେ ଇଣ୍ଡିଜ୍ ଅମ୍ପାୟାର ବକନର୍ - Bucknor revisits his wrong decisions
ଷ୍ଟିଭ୍ ବକନର୍ ପୂର୍ବତନ ଭାରତ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କିପରି ଦୁଇଥର ଭୁଲ ଭାବରେ ଆଉଟ ନିଷ୍ପତି ଦେଇଥିଲେ, ସେ କଥା ବଖାଣିଛନ୍ତି ।

2003 ରେ ଗବାବାଠାରେ ହୋଇଥିବା ମ୍ୟାଚରେ ତେନ୍ଦୁଲକରଙ୍କ ଆଉଟ ପାଇଁ ଦେଇଥିବା ଭୂଲ ନିଷ୍ପତି ବିଷୟରେ କହିଛନ୍ତି । ବକନର୍ କହିଛନ୍ତି, ଯେତେବେଳେ ସେ ତେନ୍ଦୁଲକରଙ୍କୁ ଏଲବିଡବ୍ଲୁ ଆଉଟ ଦେଇଥିଲା । ମାତ୍ର ତାହା ଆଉଟ୍ ନଥିଲା । କାରଣ ଜେସନ ଗିଲ୍ସପି ଡେଲିଭରି ୱିକେଟ୍ ଉପରେ ଦେଇ ଯାଉଥିଲା । ସେହିପରି 2005 ମସିହାରେ ଇଡେନ୍ ଗାର୍ଡେନ୍ସର ଟେଷ୍ଟରେ ଅବଦୁଲ୍ ରଜାକ ଡେଲିଭରିରେ ତେନ୍ଦୁଲକର ୱିକେଟ୍ ପୁନର୍ବାର ଏକ ଭୁଲ ନିଷ୍ପତି ଥିଲା ।
ବାରବାଡୋସର ମେସନ ଏବଂ ଗେଷ୍ଟ ରେଡିଓ କାର୍ଯ୍ୟକ୍ରମରେ ବକନୋର କହିଛନ୍ତି, "ତେନ୍ଦୁଲକରଙ୍କୁ ଦୁଇଟି ଭିନ୍ନ ଭିନ୍ନ ସମୟରେ ଦିଆଯାଇଥିବା ଆଉଟ ଭୁଲ ଥିଲା । ମୁଁ ଭାବୁ ନାହିଁ ଯେ କୌଣସି ଅମ୍ପାୟାର ଭୁଲ କରିବାକୁ ଚାହାଁନ୍ତି । କାରଣ ଏହା ତାଙ୍କ ଭବିଷ୍ୟତ ବିପଦରେ ପକାଇ ପାରେ।" ।