ଓଡିଶା

odisha

ETV Bharat / sports

ମହିଳା ଆଇପିଏଲ ନେଇ GC ବୈଠକରେ ଆଲୋଚନା, ଦାଦା କହିଲେ ଚାଲିଛି ଯୋଜନା - women's IPL

ଆଇପିଏଲ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ ନେଇ ଆଲୋଚନା କରାଯିବ । ଯେଉଁଠି ଏକ 3 ଟିମ୍ ମହିଳା ବିଶିଷ୍ଟ ଆଇପିଏଲର ପ୍ରସ୍ତାବ ଦିଆଯାଇଛି ।

three-team-womens-ipl-to-be-proposed-during-gc-meet
ମହିଳା ଆଇପିଏଲ ପାଇଁ GC ବୈଠକରେ ଅପିଲ, ଦାଦା କହିଲେ ଯୋଜନା ଚାଲିଛି

By

Published : Aug 2, 2020, 8:44 PM IST

ନୂଆଦିଲ୍ଲୀ: ଆଇପିଏଲ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ ନେଇ ଆଲୋଚନା କରାଯିବ । ଯେଉଁଠି ଏକ 3 ଟିମ୍ ମହିଳା ବିଶିଷ୍ଟ ଆଇପିଏଲର ପ୍ରସ୍ତାବ ଦିଆଯାଇଛି । ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଯୋଜନା କରାଯାଉଛି । ସେହିପରି ପୁରୁଷ ଆଇପିଏଲ୍ ପରେ ପରେ ହିଁ ଏହା ସମାନ ଭାବେ ସ୍ଥାନ ପାଇବ ।

ସେପଟେ ବିସିସିଆଇ ଅଧକ୍ଷ୍ୟ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ମହିଳା ଆଇପିଏଲ୍ ବା ଚ୍ୟାଲେଞ୍ଜର୍ ସିରିଜ୍, ଯାହା ପାଇଁ ଆମେ ଯୋଜନା କରୁଛୁ । ତେବେ ଏହା କେବଳ ହରମନପ୍ରୀତ କୌର ଏବଂ ତାଙ୍କ ଦଳ ପାଇଁ ନୂହେଁ ବରଂ ଅନ୍ୟ କିଛି ଦଳଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବାର ଯୋଜନା ରହିଛି ।

ସୂଚନାଥାଉ କି, ୟୁଏଇରେ ଆସନ୍ତା ସେପ୍ଟେମ୍ବର 19ରୁ ଅକ୍ଟୋବର 10 ଯାଏଁ ଆଇପିଏଲ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଆଇପିଏଲର ପରିଚାଳନା ପରିଷଦ ବୈଠକ ବସିବାକୁ ଯାଉଛି ।

ଦୁଇ ବର୍ଷ ଧରି ପୁରୁଷ ଆଇପିଏଲ୍ ସମୟରେ ବିସିସିଆଇ ମହିଳା ଟି -20 ମ୍ୟାଚ୍ ଆୟୋଜନ କରିଆସୁଛି, ଯାହା ଚ୍ୟାଲେଞ୍ଜର୍ ସିରିଜ୍ ଭାବରେ ଜଣାଶୁଣା । ଚଳିତ ବର୍ଷ ମଧ୍ୟ ଏହାକୁ ଆଇପିଏଲ୍ ସମୟରେ ଆୟୋଜନ ପାଇଁ ଯୋଜନା ଚାଲିଛି । ପୁରୁଷ ଆଇପିଏଲ୍ ବର୍ତ୍ତମାନ ସେପ୍ଟେମ୍ବର 19 ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ABOUT THE AUTHOR

...view details