ହାଇଦ୍ରାବାଦ: ନ୍ୟୁଜିଲାଣ୍ଡରେ ପାକିସ୍ତାନ କ୍ରିକେଟ ଟିମର ଆଉ ତିନି ସଦସ୍ୟ କୋରୋନା ପଜିଟିଭ । ଆଉ ଗୋଟିଏ ପର୍ଯ୍ୟାୟ ଟେଷ୍ଟ ବାକି ଥିବାବେଳେ, ଦ୍ବିତୀୟ ପର୍ଯ୍ୟାୟ ଟେଷ୍ଟ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା 10ରେ ପହଞ୍ଚିଛି ।
ଗତକାଲି ଖ୍ରୀଷ୍ଟଚର୍ଚ୍ଚରେ ଥିବା ପାକିସ୍ତାନ କ୍ରିକେଟ ସ୍କ୍ବାଡରୁ 46 ସଦସ୍ୟଙ୍କ ଠାରୁ ଷଷ୍ଠ ଦିନରକ ସ୍ବାବ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ 42 ଜଣଙ୍କର ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । 3ଟିର ରିପୋର୍ଟ ପଜିଟିଭ ଥିବାବେଳେ, ଅନ୍ୟ ରିପୋର୍ଟକୁ ଅପେକ୍ଷା ରହିଛି । ଏନେଇ ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।
ଏଥିସହ ପାକିସ୍ତାନ ଟିମର ଟ୍ରେନିଂକୁ ବାସନ୍ଦ କରାଯାଇଥିବା ମଧ୍ୟ ସ୍ପଷ୍ଟ କରିଛି ମନ୍ତ୍ରଣାଳୟ । ମେଡିକାଲ ଅଫିସର ସମସ୍ତ ସଦସ୍ୟଙ୍କ ଉପରେ କଡା ନଜର ରଖିଛନ୍ତି ।