ଲଣ୍ଡନ: ଏପରି ହୁଏତ ବିଶ୍ବ କ୍ରୀଡା ଇତିହାସରେ ପ୍ରଥମ । ଗୋଟିଏ ସହରରେ ଏକାସହ 3ଟି ଫାଇନାଲ ମୁକାବିଲା ହେଉଛି । ଗୋଟିଏ ଦେଶର ଗୋଟିଏ ସହରରେ ଏହି 3ଟି ଯାକ ଟୁର୍ଣ୍ଣାମେଣ୍ଟର ଫାଇନାଲ ଫାଇଟ ଚାଲିଛି ।
ଇଂଲଣ୍ଡର ଲଣ୍ଡନ ସହରରେ ଏହି 3ଟି ଯାକ ମୁକାବିଲା ଖେଳାଯାଉଛି । ପ୍ରଥମଟି ଚର୍ଚ୍ଚିତ କ୍ରିକେଟ ବିଶ୍ବକପ ଫାଇନାଲ ମୁକାବିଲା । ଯାହା ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଭାରତୀୟ ସମୟ 3ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 242 ରନର ଟାର୍ଗେଟ ଇଂଲଣ୍ଡ ଆଗରେ ରଖିଛି ।