ହାଇଦ୍ରାବାଦ:ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି(ଏପ୍ରିଲ 6) ଏକ ଅବଶୋଷର ଦିନ । ଆଜିକୁ ଠିକ 7 ବର୍ଷ ତଳେ ବିଶ୍ବବିଜେତା ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା ଭାରତ । ଆଉ ଏକ ବିଶ୍ବକପ ଟ୍ରଫି ଭାରତ ହାତରୁ ଛଡାଇ ନେଇଥିଲା ଶ୍ରୀଲଙ୍କା । ସେଦିନ ଶ୍ରୀଲଙ୍କାର ଥିଲା, ସାଙ୍ଗାକାରା ଜିତିଥିଲେ ଧୋନି ହାରିଥିଲେ । 2011 ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟର ବଦଲା 2016 ଟି20 ବିଶ୍ବକପ ଫାଇନାଲରେ ନେଇଥିଲା ଶ୍ରୀଲଙ୍କା । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ପରାସ୍ତ କରିବାକୁ ସମର୍ଥ ହେବା ସହ ଶ୍ରୀଲଙ୍କା ପ୍ରଥମ ଥର ଟି20 ବିଶ୍ବକପ ଟ୍ରଫି ହାତେଇଥିଲା ।
ଅବସର ଥିଲା 2016 ଟି 20 ବିଶ୍ବକପ ଫାଇନାଲର । ଢାକାର ଶେର୍ ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଶ୍ରୀଲଙ୍କା ଟସ୍ ଜତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପରେ ଇଂନିସର ଦ୍ବିତୀୟ ଓଭରରେ ଓପନର ଅଜିଙ୍କ୍ୟ ରାହାଣେଙ୍କ ୱିକେଟ ହରାଇଥିଲା ଭାରତ ।
ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ ଓ ଦ୍ବିତୀୟ ୱିକେଟ ଯୋଡିରେ 60 ରନ ଯୋଡିଥିଲେ । ତେବେ ରୋହିତ, 11ତମ ଓଭରରେ ରଙ୍ଗନା ହେରାଥଙ୍କ ଶିକାର ହେବାପରେ ଏହି ଯୋଡି ଭାଙ୍ଗିଥିଲା । ପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିବା ଯୁବରାଜ ସିଂହ ପାଇଁ ସେହି ଦିନ ଖରାପ ଦିନ ଥିଲା ।