ଓଡିଶା

odisha

ସ୍ମୃତିରେ ହିଟମ୍ୟାନ ରୋହିତଙ୍କ ତୃତୀୟ ଦ୍ବିଶତକ

By

Published : Dec 13, 2020, 7:53 PM IST

ବର୍ଷ 2017 ଆଜିର ଦିନରେ, ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ତୃତୀୟ ଦ୍ବିଶତକ ହାସଲ କରିଥିଲେ । ଅଧିକ ପଢନ୍ତୁ...

This Day That Year: Rohit Sharma smashed his 3rd double ton
ସ୍ମୃତିରେ ହିଟମ୍ୟାନ ରୋହିତଙ୍କ ତୃତୀୟ ଦ୍ବିଶତକ

ହାଇଦ୍ରାବାଦ: ବର୍ଷ 2017 ଆଜିର ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ତୃତୀୟ ଦ୍ବିଶତକ ହାସଲ କରିଥିଲେ ।

13 ଡିସେମ୍ବର, 2017ରେ ପଞ୍ଜାବ କ୍ରିକେଟ ଆସୋସିଏସନର ମୋହାଲି ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ 208 ରନର ଇଂନିସ ଖେଳିଥିଲେ ।

ସ୍ମୃତିରେ ହିଟମ୍ୟାନ ରୋହିତଙ୍କ ତୃତୀୟ ଦ୍ବିଶତକ

33 ବର୍ଷୀୟ ରୋହିତଙ୍କ ଏହି ଇଂନିସରେ 13ଟି ଚୌକା ଓ 12ଟି ବିଶାଳ ଛକା ସାମିଲ ରହିଥିଲା । ହିଟମ୍ୟାନ ରୋହିତଙ୍କ ଏହି ମାରାଥନ ଇଂନିସ ବଳରେ ଭାରତ 50 ଓଭରରେ ଶ୍ରୀଲଙ୍କା ସାମ୍ନାରେ 392/4 ରନର ବିଜୟ ଲକ୍ଷ୍ୟ ରଖିଥିଲା । ପରେ ଏହି ମ୍ୟାଚରେ 141 ରନରେ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ ।

ସ୍ମୃତିରେ ହିଟମ୍ୟାନ ରୋହିତଙ୍କ ତୃତୀୟ ଦ୍ବିଶତକ

ରୋହିତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଦ୍ବିଶତକୀୟ ପାଳି ଖେଳିଛନ୍ତି । ଦିନିକିଆ କ୍ରିକେଟ ଇତିହାସରେ ଏକମାତ୍ର କ୍ରିକେଟର ଭାବେ ରୋହିତ ଶର୍ମାଙ୍କ ନାମରେ 3ଟି ଦ୍ବିଶତକ ରହିଛି ।

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏକଦିବସୀୟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଦ୍ବିଶତକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details