ଓଡିଶା

odisha

ETV Bharat / sports

ଆଜିର ଦିନରେ ଏକାକି ପାକିସ୍ତାନକୁ ଅଲଆଉଟ କରିଥିଲେ ଏହି ବୋଲର - ଶ୍ରେଷ୍ଠ ବୋଲର ଅନିଲ କୁମ୍ବଲେ

ଭାରତୀୟ କ୍ରିକେଟ ଇତିହାସରେ ଆଜି ଏକ ସ୍ମରଣୀୟ ଦିନ। ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଟେଷ୍ଟ ମ୍ୟାଚର ଗୋଟିଏ ଇଂନିସରେ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବୋଲର ଅନିଲ କୁମ୍ବଲେ ଏକାକି ଅଲଆଉଟ କରିଥିଲେ ଅଧିକ ପଢନ୍ତୁ...

Anil Kumble's 'Perfect 10'
ଅନିଲ କୁମ୍ବଲେ

By

Published : Feb 7, 2020, 12:28 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଇତିହାସରେ ଆଜି ଏକ ସ୍ମରଣୀୟ ଦିନ। ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଏକାକି ଅଲଆଉଟ କରିଥିଲେ ଜଣେ ଭାରତୀୟ ବୋଲର । ସେ ହେଉଛନ୍ତି ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବୋଲର ଅନିଲ କୁମ୍ବଲେ ।

ଅନିଲ କୁମ୍ବଲେ

ଭାରତୀୟ କ୍ରିକେଟରେ ସେ କ୍ରିକେଟର, କ୍ୟାପଟେନ, କୋଚ ଭଳି ଏକାଧିକ ଭୂମିକା ନିଭାଇଛନ୍ତି । ସମସ୍ତ ଦାୟିତ୍ବକୁ ସଫଳତାର ସହ ନିର୍ବାହ କରିଛନ୍ତି ସେ।

ଅନିଲ କୁମ୍ବଲେ

ବର୍ଷ 1999 ଫେବୃୟାରୀ ମାସରେ ପାକିସ୍ତାନ ଟିମ ଭାରତ ଗସ୍ତରେ ଆସି 2 ଟିକିଆ ଟେଷ୍ଟ ମ୍ୟାଚ ଖେଳିଥିଲା । ତେବେ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇ ଚାପରେ ରହିଥିଲା । 2ୟ ଟେଷ୍ଟ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ ବର୍ତ୍ତମାନର (ଅରୁଣ ଜେଟଲି ଷ୍ଟାଡିୟମ)ରେ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି 252 ରନ କରିଥିଲା । ଜବାବରେ ପାକିସ୍ତାନ ପ୍ରଥମ ଇଂନିସରେ ମାତ୍ର 172 ରନରେ ଅଲଆଉଟ ହୋଇଥିଲା । 2ୟ ଇଂନିସରେ ଭାରତ ପକ୍ଷରୁ ଏସ ରମେଶ 96 ଓ ସୌରଭ ଗାଙ୍ଗୁଲି ଅପରାଜିତ 62 ରନର ଇଂନିସ ଖେଳିଥିଲେ । ଫଳରେ ପାକିସ୍ତାନ ସାମ୍ନାରେ 420 ରନର ଟାର୍ଗେଟ ରଖିଥିଲା ଭାରତ ।

ଏହାପରେ କୁମ୍ବଲେ ବୋଲିଂ ଭାର ସମ୍ଭାଳିବା ପୂର୍ବରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ସାହିଦ ଆଫ୍ରିଦି ଓ ସଇଦ ଅନୱାର 101ରନର ଶତକୀୟ ପାର୍ଟନରସିପ କରିଥିଲେ। ତେବେ କୁମ୍ବଲେ 41 ରନରେ ବ୍ୟାଟିଂ କରୁଥିବା ଆଫ୍ରିଦିଙ୍କୁ ପ୍ରଥମ ଶୀକାର କରିଥିଲେ । ପରବର୍ତ୍ତୀ 5ଟି ୱିକେଟ ହାସଲ କରି ପାକିସ୍ତାନର ସ୍କୋର 128/ 6 କରିଥିଲେ । ଏହାପରେ ନିଜର 27 ତମ ଓଭରରେ ୱାସିମ ଆକ୍ରମଙ୍କୁ ଆଉଟ କରି 10 ୱିକେଟ ପୂରଣ ସହ ଇତିହାସ ରଚିଥିଲେ । 26.3 ଓଭର ବୋଲିଂ କରି 74 ରନ ବ୍ୟୟରେ 10 ୱିକେଟ ହାସଲ କରିଥିଲେ କୁମ୍ବଲେ । ଏହାପରେ ବିଶ୍ବକ୍ରିକେଟରେ ଗୋଟିଏ ଇଂନିସରେ 10 ୱିକେଟ ହାସଲ କରିବାରେ, ଇଂଲଣ୍ଡର ଜିମ ଲାକରଙ୍କ ପରେ 2ୟ ବୋଲର ହୋଇଥିଲେ ।

ABOUT THE AUTHOR

...view details