ଓଡିଶା

odisha

ETV Bharat / sports

ଆଜି ଦିନରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଥିଲା ଚତୁର୍ଥ ଆଇପିଏଲ ଟ୍ରଫି - This day That year

ଆଜି ଦିନରେ ଚତୁର୍ଥ ଥର ପାଇଁ ଆଇପିଏଲ ଚମ୍ପିଆନ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ରୋମାଞ୍ଚକର ଫାଇନାଲ ମୁକାବିଲାରେ ହରାଇଥିଲା ରୋହିତ ଶର୍ମାଙ୍କ ଟିମ । ଅଧିକ ପଢନ୍ତୁ...

This day That year: Mumbai Indians lifted its fourth IPL title
ଆଜି ଦିନରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଥିଲା ଚତୁର୍ଥ ଆଇପିଏଲ ଟ୍ରଫି

By

Published : May 12, 2020, 3:05 PM IST

ହାଇଦ୍ରାବାଦ: ଆଜି ଦିନରେ ଚତୁର୍ଥ ଥର ପାଇଁ ଆଇପିଏଲ ଚମ୍ପିଆନ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ରୋମାଞ୍ଚକର ଫାଇନାଲ ମୁକାବିଲାରେ ହରାଇଥିଲା ରୋହିତ ଶର୍ମାଙ୍କ ଟିମ । ଏଥିସହିତ ଆଇପିଏଲ ଇତିହାସରେ ସର୍ବାଧିକ ଥର ଟ୍ରଫି ବିଜୟ ସହ ସଫଳତମ ଦଳ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । 2013, 2015, 2017 ପରେ 2019ରେ ଚମ୍ପିଆନ ହେଇଥିଲା ଦଳ ।

ମେ 12ରେ 2019 ଆଇପିଏଲର ଦୁଇଟି ଶ୍ରେଷ୍ଠ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ । ତେବେ 149 ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୋକିଥିଲେ ଧୋନି ଧୁରନ୍ଦର । ମୁମ୍ବାଇ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା 15, କ୍ବିଣ୍ଟନ ଡିକକ 29 ଇଶାନ କିଶନ 23 ଓ ସୂର୍ଯ୍ୟକୁମାର ଯାଦବ 15 ରନ କରିଥିଲେ । କିରେନ ପୋଲାର୍ଡ ସର୍ବାଧିକ ଅପରାଜିତ 41 ରନର ଇଂନିସ ଖେଳିଥିଲେ ।

150 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଚେନ୍ନାଇ । ଅଷ୍ଟ୍ରେଲିଆ ଅଲରାଉଣ୍ଡର ସେନ ୱାଟସନ ଆଇପିଏଲ କ୍ୟାରିୟର ସ୍ମରଣୀୟ ଇଂନିସ ଏହି ମ୍ୟାଚରେ ଖେଳିଥିଲେ । ଫାଫ ଡୁପ୍ଳେସିସ 26, ସୁରେଶ ରୈନା 8 ଓ ଧୋନି ମାତ୍ର 2 ରନରେ ଆଉଟ ହୋଇଥିଲେ । ତେବେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି 80 ରନର ଇଂନିସ ଖେଳିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ ୱାଟସନ । ମ୍ୟାଚର ଶେଷ ଓଭରରେ ଦୁର୍ଭାଗ୍ୟଜନକ ରନ ଆଉଟ ହୋଇଥିଲେ ୱାଟସନ । ଫଳରେ ବିଜୟ ଠାରୁ ମାତ୍ର 2 ରନ ପଛରେ ରହିଯାଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ABOUT THE AUTHOR

...view details