ହାଇଦ୍ରାବାଦ: ଆଜି ଦିନରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ମେଗ ଲାନିଙ୍ଗ କ୍ୟାପଟେନ ଭାବେ ନିଆରା ରେକର୍ଡ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଗତବର୍ଷ 133 ରନର ମାରାଥନ ଇଂନିସ ଖେଳିଥିଲେ । ଏହି ସ୍କୋର ଟି-20 ମହିଳା କ୍ରିକେଟରେ କ୍ୟାପଟେନ ଭାବେ ସର୍ବାଧିକ ବ୍ୟକ୍ତିଗତ ରନ ।
ମେଗ ଲାନିଙ୍ଗ ମାରାଥନ 133, ଟି-20 କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ରନ 63 ବଲରେ 17 ଚୌକା ଓ 7 ଛକା ସହାୟତାରେ ବିସ୍ପୋରକ ଅପରାଜିତ 133 ରନର ଇଂନିସ ଖେଳିଥିଲେ ମେଗ ଲାନିଙ୍ଗ । ଫଳରେ ନିର୍ଦ୍ଧାରିତ 20 ଓଭରରେ ଅଷ୍ଟ୍ରେଲିଆ 226/3ର ବିଶାଳ ସ୍କୋର କରିପାରିଥିଲା ।
ଅନ୍ୟତମ ଷ୍ଟାର ଖେଳାଳି ବେଥ ମୋନି ମଧ୍ୟ 33 ବଲରେ ଦ୍ରୁତ 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏହି ଇଂନିସରେ 8ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା ।
ମେଗ ଲାନିଙ୍ଗ ମାରାଥନ 133, ଟି-20 କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ରନ ପରେ ଇଂଲଣ୍ଡ 227 ରନର ଅସମ୍ଭବ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 133/9ରେ ସୀମିତ ରହିଥିଲା । ଅଷ୍ଟ୍ରେଲିଆ 93 ରନରେ ବିଜୟୀ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ