ନୂଆଦିଲ୍ଲୀ: ଆଜିକୁ ଠିକ 29 ବର୍ଷ ତଳେ ଭାରତୀୟ କ୍ରିକେଟକୁ ମିଳିଥିଲା ଏକ ଅମୂଲ୍ୟ ରତ୍ନ । ମାତ୍ର 16 ବର୍ଷ ବୟସରେ ଟିମ ଇଣ୍ଡିଆ ପାଇଁ କ୍ରିକେଟର ଲମ୍ବା ଫର୍ମାଟରେ ସେ ଖେଳିଥିଲେ କ୍ୟାରିୟରର ପ୍ରଥମ ମ୍ୟାଚ । ପରେ ବିଶ୍ବ କ୍ରିକେଟର ସେ ହୋଇଥିଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । 1989 ନଭେମ୍ବର 15 ତାରିଖରେ ପାକିସ୍ତାନ ବିପକ୍ଷରେ ସଚିନ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ।
ପ୍ରଥମ ଆନ୍ତଜାର୍ତିକ ଟେଷ୍ଟ ସ୍କୋର ଭାବେ ମାତ୍ର 16 ବର୍ଷର ସଚିନ 15 ରନ କରିଥିଲେ । ତେବେ ସଫଳତାର ସହ ସେତେବେଳର ଶକ୍ତିଶାଳୀ ପାକିସ୍ତାନ ପେସ ବୋଲରଙ୍କୁ ସାମ୍ନା କରିଥିଲେ । ଇମ୍ରାନ ଖାନ, ୱାସିମ ଆକ୍ରମ ଓ ୱାକର ୟୁନିସଙ୍କ ଭଳି ମହାନ ବୋଲରଙ୍କୁ ମୁକାବିଲା କରିଥିଲେ ସଚିନ । ସଚିନ କରାଚୀ ଟେଷ୍ଟରେ ପ୍ରଥମ ଇଂନିସରେ ୱାକର ୟୁନିସଙ୍କ ଦ୍ବାରା ଆଉଟ ହୋଇଥିଲେ । ତେବେ 2ୟ ଟେଷ୍ଟରେ ସଚିନ ପ୍ରଥମ ଇଂନିସରେ 59 ଓ 2ୟ ଇଂନିସରେ 57 ରନ କରିଥିଲେ ।