ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଆଉ ଏକ ବଡ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ 200 ମ୍ୟାଚ ଖେଳିବାରେ ରୋହିତ ଦ୍ବିତୀୟ ଖେଳାଳି ହୋଇଛନ୍ତି ।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ 2020ର ଫାଇନାଲ ମୁକାବିଲାରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ରୋହିତ ।
ଆଇପିଏଲ ଯାତ୍ରାରେ ଏଯାବତ ରୋହିତ ଦୁଇଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଛନ୍ତି । ଡେକାନ ଚାର୍ଜସ ଓ ମୁମ୍ବାଇ ଇଣ୍ଡିଆନ୍ସ । 2008ରେ ଆଇପିଏଲ ଡେବ୍ୟୁ କରିଥିବା ରୋହିତ ଏଯାବତ 38ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ଇଂନିସ ଖେଳିଛନ୍ତି ।