ଓଡିଶା

odisha

ETV Bharat / sports

କେବେ ମିଳିବେନି ଦ୍ବିତୀୟ ଏମଏସ ଧୋନି: ମିତାଲି ରାଜ - ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ଅବସର

ଧୋନି ଅଦ୍ବିତୀୟ । ଅର୍ଥାତ ଦ୍ବିତୀୟ ମହେନ୍ଦ୍ର ସିଂ ଧୋନି କେବେ ମିଳିବେନି । ଏହା କହିଛନ୍ତି ମହିଳା ଟିମ ଇଣ୍ଡିଆ କ୍ୟାପଟେନ ମିତାଲି ରାଜ । ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ 16 ବର୍ଷର କ୍ୟାରିୟରକୁ ଧୋନି ବାଏ ବାଏ କରିବା ପରେ, ତାଙ୍କ ସ୍ଥାନ ପୂରଣ ନେଇ ଚର୍ଚ୍ଚା ଜାରି ଧରିଛି ।

There will never be another MS Dhoni, says Mithali Raj
କେବେ ମିଳିବେନି ଦ୍ବିତୀୟ ଏମ ଏସ ଧୋନି: ମିତାଲି ରାଜ

By

Published : Aug 17, 2020, 6:28 PM IST

ବେଙ୍ଗାଲୁରୁ:ଧୋନି ଅଦ୍ବିତୀୟ । ଅର୍ଥାତ ଦ୍ବିତୀୟ ମହେନ୍ଦ୍ର ସିଂ ଧୋନି କେବେ ମିଳିବେନି । ଏହା କହିଛନ୍ତି ମହିଳା ଟିମ ଇଣ୍ଡିଆ କ୍ୟାପଟେନ ମିତାଲି ରାଜ । ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ 16 ବର୍ଷର କ୍ୟାରିୟରକୁ ଧୋନି ବାଏ ବାଏ କରିବା ପରେ, ତାଙ୍କ ସ୍ଥାନ ପୂରଣ ନେଇ ଚର୍ଚ୍ଚା ଜାରି ଧରିଛି । ବିସିସିଆଇ ପକ୍ଷରୁ ଅଫିସିଆଲ ଟ୍ବିଟର ପେଜ୍ ରେ ସେୟାର କରାଯାଇଥିବା ଭିଡିଓରେ ଧୋନିଙ୍କ ଉଦ୍ଦେଶ୍ୟରେ ମିତାଲି କହିଛନ୍ତି, "ସେ ସବୁ ଛୋଟ ସହରର ଯୁବକଙ୍କ ସ୍ବପ୍ନ, ଯେଉଁମାନେ ଦେଶ ପାଇଁ ଖେଳିବାକୁ ଓ ସଫଳତା ପାଇବାକୁ ଆଶା ରଖିଛନ୍ତି ।"

ମହେନ୍ଦ୍ର ସିଂ ଧୋନି

"ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ସମ୍ମାନକୁ ବୟାନ କରିବା କଷ୍ଟକର । କଠିନ ପରିସ୍ଥିତିରେ ନୀରବ ନିଶ୍ଚଳ ସହ ଶାନ୍ତ ଭାବେ ସାମ୍ନା କରିବାର କୌଶଳ ପାଇଁ ସେ ସମସ୍ତଙ୍କଠୁ ଅଲଗା । ବ୍ୟାଟିଂ ହେଉ କିମ୍ବା ୱିକେଟ କିପିଂ ସବୁଥିରେ ତାଙ୍କର ପାରଦର୍ଶିତା ସଭିଙ୍କ ପାଇଁ ସ୍ମରଣୀୟ ।"

"ସବୁ କ୍ରିକେଟ ବହିର ମଲାଟରେ ହେଲିକପ୍ଟର ସଟ୍ ତାଙ୍କର ପ୍ରତିଭା, ଆତ୍ମବିଶ୍ବାସ ଓ ବାସ୍ତବତାକୁ ବୟାନ କରିବ । ତାଙ୍କ ଭଳି ଆଉ ଜଣେ କେବେ ବି ମିଳିବେନାହିଁ । ମହେନ୍ଦ୍ର ସିଂ ଧୋନି ସବୁଦିନ ପାଇଁ କିମ୍ବଦନ୍ତୀ କ୍ରିକେଟର ହୋଇ ରହିବେ ।"

ମହେନ୍ଦ୍ର ସିଂ ଧୋନି

ଧୋନି, ବର୍ଷ 2004ରେ ଦିନିକିଆ କ୍ରିକେଟରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ତେବେ ପୁରା କ୍ୟାରିୟରରେ ଭାରତ ପାଇଁ ସେ 350 ଅନ୍ତର୍ଜାତୀୟ ଦିନିକିଆ, 90 ଟେଷ୍ଟ ଓ 98ଟି ଟି-20 ମ୍ୟାଚ ଖେଳିଛନ୍ତି । ସେ ବିଶ୍ବର ପ୍ରଥମ ଓ ଏକମାତ୍ର କ୍ୟାପଟେନ ଭାବେ ଆଇସିସିର 3ଟି ଟ୍ରଫି ବିଜୟୀ କ୍ୟାପଟେନ ରହିଛନ୍ତି ।

39 ବର୍ଷୀୟ ଧୋନି 332ଟି ଅନ୍ତର୍ଜାତୀୟ ମ୍ୟାଚରେ କ୍ୟାପଟେନ ରହିଛନ୍ତି । ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ଦ୍ରୁତତମ ୱିକେଟ କିପର ଭାବେ ୱିକେଟ ପଛରେ 829ଟି ଆଉଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details