ଓଡିଶା

odisha

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ତାଳି ମାରି ସ୍ବାଗତ ଜଣାଇଲା କ୍ରୀଡା ଜଗତ

By

Published : Mar 22, 2020, 9:08 PM IST

କୋରୋନା ଭାଇରସ ପରିସ୍ଥିତି ସହ ମୁକାବିଲା କରୁଥିବା ବ୍ୟକ୍ତି ବିଶେଷଙ୍କୁ ତାଳିମାରି ଧନ୍ୟବାଦ ଜଣାଛନ୍ତି ଭାରତବାସୀ । ଆଉ ଏହି ଧାରାରେ ସାମିଲ ହୋଇଛି ସାରା କ୍ରୀଡା ଜଗତ ।

the-sports-world-welcomed-the-prime-ministers-call
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ତାଳି ମାରି ସ୍ବାଗତ ଜଣାଇଲା କ୍ରୀଡା ଜଗତ

ନୂଆଦିଲ୍ଲୀ: ସନ୍ଧ୍ୟା 5ଟାରେ କୋରୋନା ଭାଇରସ ଫାଇଟର୍ସଙ୍କ ପାଇଁ 5 ମିନିଟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ବାନକୁ ସାରା ଦେଶ ପାଳନ କରିଛି । କୋରୋନା ଭାଇରସ ପରିସ୍ଥିତି ସହ ମୁକାବିଲା କରୁଥିବା ବ୍ୟକ୍ତି ବିଶେଷଙ୍କୁ ତାଳିମାରି ଧନ୍ୟବାଦ ଜଣାଛନ୍ତି ଭାରତବାସୀ । ଆଉ ଏହି ଧାରାରେ ସାମିଲ ହୋଇଛି ସାରା କ୍ରୀଡା ଜଗତ ।

ଭାରତୀୟ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅଥଲେଟ ସମସ୍ତ ନିଜ ନିଜ ଘରର ବୋଲକୋନିକୁ ଆସି ତାଳିମାରି ଘଣ୍ଟି ବଜାଇ କୋରୋନା ଭାଇରସ ଫାଇଟର୍ସଙ୍କ ଧନ୍ୟବାଦ ଜଣାଛନ୍ତି । ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଇପିଏଲ ଫ୍ରାଞ୍ଜାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ଖେଳାଳି, ଭାରତୀୟ କ୍ରିକେଟର ହରଭଜନ ସିଂ, ଭାରତୀୟ ଅଲମ୍ପିଆନ ପିଟି ଉସା ଆଦି ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ମୁହୁର୍ତ୍ତର ଦୃଶ୍ୟକୁ ସମସ୍ତେ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ସାଗ୍ବତ ଜଣାଇଛନ୍ତି ।

ABOUT THE AUTHOR

...view details