ଆଇପିଏଲ ପାଇଁ 6 ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ - ଓସିଏ

ଆଇପିଏଲ ପାଇଁ 6 ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ
11:12 January 22
ଆଇପିଏଲ ପାଇଁ 6 ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ
କଟକ: ଓଡିଆ କ୍ରିକେଟର ଓ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏଥର ଆଇପିଏଲରେ ଚମକିବେ ଓଡ଼ିଆ ଖେଳାଳି । ଆଇପିଏଲ ପାଇଁ 6 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ଓସିଏ ।
ରାଜେଶ ଧୂପର , ପପୁ ରାଏ, ଶୁଭ୍ରାଂଶୁ ସେନାପତି , ରାଜେଶ ମହାନ୍ତି , ଗୌରବ ଚୌଧୁରୀ ,ଓ ତାରିଣୀ ସ ଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ । ଚଳିତ ସିଜନରେ ଏହି 6 ଜଣ ଖେଳାଳି ଙ୍କ ପ୍ରଦର୍ଶନ ରହିଛି ବେଶ ଉଚ୍ଚକୋଟିର । ଏନେଇ ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Jan 22, 2021, 12:31 PM IST