ଓଡିଶା

odisha

ETV Bharat / sports

ଆଜି ଆରମ୍ଭ ହୋଇଥାନ୍ତା ଆଇପିଏଲ ମହାସମର, ମାତ୍ର...

ସଣ୍ଡେ ସୁପର ଫାଇଟରେ ବାଜିବାର ଥିଲା ଆଇପିଏଲ ବିଗୁଲ । ଆଇପିଏଲର 13ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାର ଥିଲା । ପଢନ୍ତୁ ଅଧିକ ଖବର...

By

Published : Mar 29, 2020, 9:12 PM IST

the-ipl-season-would-have-started-today
ଆଜି ଆରମ୍ଭ ହୋଇଥାନ୍ତା ଆଇପିଏଲ ମହାସମର, ମାତ୍ର...

ହାଇଦ୍ରାବାଦ: ଆଜି ସଣ୍ଡେ ସୁପର ଫାଇଟରେ ବାଜିବାର ଥିଲା ଆଇପିଏଲ ବିଗୁଲ । ଆଇପିଏଲର 13ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାର ଥିଲା । ମାତ୍ର ସାରା ବିଶ୍ବରେ କୋରୋନା ମହାମାରୀ ପାଇଁ ଏହି ମେଗା ଇଭେଣ୍ଟକୁ ଆସନ୍ତା ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।ତେବେ ଏହାପରେ ବି ଆଇପିଏଲର ଭବିଷ୍ୟତ କେହି ସ୍ପଷ୍ଟ କରି ପାରୁ ନାହାନ୍ତି ।

ଆଇପିଏଲ ମହାସମର

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥାନ୍ତା ଆଇପିଏଲର ଉଦଘାଟନୀ ମ୍ୟାଚ । ଯାହା ଡିଫେଣ୍ଡିଂ ଚମ୍ପିଆନ ତଥା ଘରୋଇ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବାର ଯୋଜନା ରହିଥିଲା । ମାତ୍ରା ସବୁ ଯୋଜନା ଫସର ଫାଠି ଗଲା । ବିସିସିଆଇର ମୁଖ୍ୟ ଆୟ କୁହାଯାଉଥିବା ବିଶ୍ବର ଏହି ବିତ୍ତଶାଳୀ ଲିଗର ଚଳିତ ସଂସ୍କରଣର ଭାଗ୍ୟ ଏବେ ଅସ୍ପଷ୍ଟ ।

ଆଇପିଏଲ ମହାସମର

ତେବେ କୋରୋନା ପ୍ରଭାବରେ କର୍ଣ୍ଣାଟକ ଓ ମୁମ୍ବାଇ ସରକାର ଆଇପିଏଲକୁ ସ୍ଥଗିତ ରଖିବାକୁ କୋର୍ଟରେ ପିଟିସନ ଦାଖଲ କରିଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଆଇପିଏଲ ହେବା ନେଇ ବିସିସିଆଇ ସଭାପତି ଜିଦ୍‌ ଧରିଥିଲେ । ପରେ ଆଇପିଏଲକୁ ବିନା ଦର୍ଶକରେ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ମାତ୍ର ଏଥିରେ ଆଇପିଏଲ ଫ୍ରାଞ୍ଚାଇଜ୍‌ ମାନେ ଅରାଜି ହେବାରୁ ଏହି ଯୋଜନା ବିଫଳ ହେଲା । ପରେ ପରିସ୍ଥିତ ଅଣାୟତ ହେବାରୁ ମାର୍ଚ୍ଚ 13ତାରିଖ ଦିନ ଆଇପିଏଲକୁ 16 ଦିନ ସ୍ଥଗିତ ରଖାଗଲା ।

ଆଇପିଏଲ ମହାସମର

ସେହିପରି କୋରୋନା ଭାଇରସ ପାଇଁ ଭାରତ ସରକାର ସମସ୍ତ ଭିସା ବାତିଲ କରି ଦେବାରୁ ଆଇପିଏଲରେ ବିଦେଶୀ ଖେଳାଳିଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଦ୍ବନ୍ଦ ଲାଗି ରହିଛି । ସେପଟେ ବିସିସିଆଇର ଘନ ଘନ ବୈଠକ ପରେ ମଧ୍ୟ ଆଇପିଏଲ ଭାଗ୍ୟ ସ୍ଥିର ହୋଇପାରୁ ନାହିଁ । ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ସ୍ଥିତିରେ ସୁଧାର ଆସିଲେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣ ଅନୁଷ୍ଠିତ ହେବ । ଆଉ ଏମିତି ହେଲେ ଆଇପିଏଲର ଖେଳସୂଚୀରେ ପରିବର୍ତ୍ତନ କରାଯିବ ।

ABOUT THE AUTHOR

...view details