ଓଡିଶା

odisha

ETV Bharat / sports

ଡିସେମ୍ବରରେ ଆଇପିଏଲ ନିଲାମ

ଆଇପିଏଲର 13ତମ ସଂସ୍କରଣ ପାଇଁ ଏଥର ବେଙ୍ଗାଲୁରୁ ପରିବର୍ତ୍ତେ କୋଲକତାଠାରେ 'ଆଇପିଏଲ ଅକ୍ସନ' (ନିଲାମ ପ୍ରକ୍ରିୟା) ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

By

Published : Oct 1, 2019, 5:50 PM IST

ଆଇପିଏଲ ଅକ୍ସନ

କୋଲକତା: ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ସବୁଠାରୁ ଧନୀ କ୍ରିକେଟ ଲିଗର ନିଲାମ ପ୍ରକ୍ରିୟା । ଆଇପିଏଲର 13ତମ ସଂସ୍କରଣ ପାଇଁ ଏଥର ବେଙ୍ଗାଲୁରୁ ପରିବର୍ତ୍ତେ କୋଲକତାଠାରେ 'ଆଇପିଏଲ ଅକ୍ସନ' ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଗତବର୍ଷ ପରି 8ଟି ଟିମ୍‌ ନିଜର ୫ଜଣ ଖେଳାଳିଙ୍କୁ ପୂର୍ବପରି ଟିମ୍‌ରେ ରଖିପାରିବେ ।ସେହିପରି ଟିମରୁ ଖେଳାଳିଙ୍କୁ ରିଲିଜ କରିବାର ଶେଷ ତାରିଖ ନଭେମ୍ବର 14 ତାରିଖ ରହିଛି । ଅନ୍ୟପଟେ ଗତ ବର୍ଷ ନିଲାମରେ ଫ୍ରାଞ୍ଚାଇଜ୍‌ମାନଙ୍କର ବଜେଟ୍‌ 82 କୋଟି ଥିବା ବେଳେ ଏଥର ଏହାକୁ ବଢାଇ 85 କୋଟି କରାଯାଇଛି ।

ଏଥିସହିତ ଜରୁରୀ ପରସ୍ଥିତ ପାଇଁ ଅଧିକ 3 କୋଟିର ବଜେଟ ଫ୍ରାଞ୍ଚାଇଜ୍‌ମାନେ ରଖିପାରିବେ ବୋଲି କୁହାଯାଇଛି । ତେବେ ଶେଷଥର 2018 ଜାନୁୟାରୀରେ ବେଙ୍ଗାଲୁରୁଠାରେ ଆଇପିଏଲର ଅକ୍ସନ (ନିଲାମ ପ୍ରକ୍ରିୟା) ଅନୁଷ୍ଠିତ ହୋଇଥିଲା ।

ତେବେ ଶେଷ ଅକ୍ସନରୁ ସର୍ବାଧିକ ବାଲାନ୍ସ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ । ଯାହା କି 8.2 କୋଟି ଟଙ୍କା । ତା ପଛକୁ ରହୁଛି ରାଜସ୍ଥାନ ରୟାଲ୍ସ 7.15 କୋଟି ଓ ପରେ ପରେ କୋଲକାତା ନାଇଟ ରାଇଡର୍ସ 6.05 କୋଟି ଟଙ୍କା ।

ତେବେ ଆଇପିଏଲର ଏହି 13ତମ ସଂସ୍କରଣ ଆଗାମୀ 2020 ଏପ୍ରିଲରୁ ମେ ମଧ୍ୟରେ ଖେଳାଯିବ । ସୂଚନାଯୋଗ୍ୟ, 2019ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍‌ ହୋଇଥିଲା ।

ABOUT THE AUTHOR

...view details