ମେଲବୋର୍ଣ୍ଣ: ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତିର ଫାଇଦା ଉଠାଇଛି ଘରୋଇ ଦଳ । ଚଳିତ ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲ ମ୍ୟାଚରେ ଫେଲ ମାରିଛି ଭାରତୀୟ ଦଳର ଶକ୍ତିଶାଳୀ ବୋଲିଂ ଆଟାକ୍ । ପ୍ରଥମେ ବ୍ୟାଟିଂ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ 4 ୱିକେଟ ହରାଇ 184ରନ କରିଛି । ଦଳର ପାଳିରେ ସାମିଲ ଅଛି ଓପନର ତଥା ୱିକେଟକିପର ବ୍ୟାଟ୍ସଓମେନ ଆଲିସା ହେଲିଙ୍କ 75ରନ ଓ ବେଥ୍ ମୋନିଙ୍କ ଅପରାଜିତ 78ରନର ପାଳି ।
ପ୍ରଥମ ବିଶ୍ବକପ ଟାଇଟଲ ପାଇଁ ଭାରତୀୟ ଦଳ ଆଗରେ 185ରନର ବିଜୟ ଲକ୍ଷ୍ୟ - ବିଜୟ ଲକ୍ଷ୍ୟ
ଚଳିତ ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲ ମ୍ୟାଚରେ ଫେଲ ମାରିଛି ଭାରତୀୟ ଦଳର ଶକ୍ତିଶାଳୀ ବୋଲିଂ ଆଟାକ୍ । ପ୍ରଥମେ ବ୍ୟାଟିଂ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ 4 ୱିକେଟ ହରାଇ 184ରନ କରିଛି ।
ପ୍ରଥମ ବିଶ୍ବକପ ଟାଇଟଲ ପାଇଁ ଭାରତୀୟ ଦଳ ଆଗରେ 185ରନର ବିଜୟ ଲକ୍ଷ୍ୟ
ତେବେ ପ୍ରଥମେ ବ୍ୟାଟିଂ ଆସି ଭାରତୟ ବୋଲରଙ୍କୁ ମହଙ୍ଗା ସାବ୍ୟସ୍ତ କରିଥିଲେ ଅଷ୍ଟ୍ରେଲିଆର ଦୁଇ ଓପନର । ପ୍ରଥମ ୱିକେଟ ଯୋଡିରେ 115ରନ ଯୋଡିଥିଲା କଙ୍ଗାରୁ ଦଳ । ପରେ ଦଳର କ୍ୟାପଟେନ ମେଗ ଲାନିଙ୍ଗ(16) ଦଳର ପାଳି ସମ୍ଭାଳିଥିଲେ ।
ତେବେ ଭାରତୀୟ ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ଦୁଇଟି, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।