ଓଡିଶା

odisha

ETV Bharat / sports

ଆଇପିଏଲ 2020: ଡବଲ ହେର୍ଡର ପ୍ରଥମ ମ୍ୟାଚରେ ବାଙ୍ଗାଲୋର- ରାଜସ୍ଥାନ ମୁକାବିଲା

ଆଇପିଏଲର 13ତମ ସଂସ୍କରଣରେ ଆଜିଠାରୁ(ଶନିବାର)ଆରମ୍ଭ ହେବ ଡବଲ ହେର୍ଡର ମ୍ୟାଚ । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଦିନ 3ଟା 30ରେ ଖେଳାଯିବ ।

ଆଜିଠୁ ଆରମ୍ଭ ଡବଲ ହେର୍ଡର ମ୍ୟାଚ, ପ୍ରଥମ ମ୍ୟାଚରେ ବାଙ୍ଗାଲୋର- ରାଜସ୍ଥାନ ମୁହାଁମୁହିଁ
ଆଜିଠୁ ଆରମ୍ଭ ଡବଲ ହେର୍ଡର ମ୍ୟାଚ, ପ୍ରଥମ ମ୍ୟାଚରେ ବାଙ୍ଗାଲୋର- ରାଜସ୍ଥାନ ମୁହାଁମୁହିଁ

By

Published : Oct 3, 2020, 12:58 PM IST

ଆବୁଧାବି: ଆଇପିଏଲର 13ତମ ସଂସ୍କରଣରେ ଆଜିଠାରୁ(ଶନିବାର)ଆରମ୍ଭ ହେବ ଡବଲ ହେର୍ଡର ମ୍ୟାଚ । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଶେଖ ଜାୟଦ ଷ୍ଟାଡିୟମରେ ଦିନ 3ଟା 30ରେ ଖେଳାଯିବ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସର ଏହା 4ର୍ଥ ମ୍ୟାଚ । ଉଭୟ 2ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ଗୋଟିଏରେ ପରାସ୍ତ ହୋଇଛନ୍ତି ।

ପଏଣ୍ଟ ଟେବୁଲ

ବାଙ୍ଗାଲୋର ପୂର୍ବ ମ୍ୟାଚରେ ମୁମ୍ବାଇକୁ ସୁପରଓଭରରେ ପରାସ୍ତ କରି ବିଜୟ ହାସଲ କରିଥିଲା । ଫଳରେ ଟିମ ଜୋସ୍‌ରେ ରହିବ । ଅନ୍ୟପଟେ ରାଜସ୍ଥାନ ତା'ର ପୂର୍ବ ମ୍ୟାଚରେ କେକେଆର ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଦଳ ଏହି ଲିଗ୍‌ରେ ଭଲ ଫର୍ମରେ ରହିଛି । ଏଥିଲାଗି ସ୍ମିଥଙ୍କ ନେତୃତ୍ବରେ କୋହଲି ବାହିନୀକୁ ମାତ୍‌ ଦେବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ରାଜସ୍ଥାନ ଦଳ । ରାଜସ୍ଥାନ ପକ୍ଷରୁ ସାମସନ, ସ୍ମିଥ ଓ ବଟଲର ଆରମ୍ଭରୁ ଭଲ ଇଂନିସ ଖେଳି ଭଲ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ମଧ୍ୟକ୍ରମ ବ୍ୟାଟିଂ ଅର୍ଡରରେ ଏଯାଏଁ କିଏ ବି କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରି ନାହାଁନ୍ତି । ରବିନ ଉତ୍ଥପା, ରିୟାନ ପରାଗଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳିନାହିଁ । ଗତ ମ୍ୟାଚରେ ଟମ କରନ ଅର୍ଦ୍ଧଶତକ ପାଳି ଖେଳିଥିଲେ ବି ତାଙ୍କ ସହ କେହି ପାର୍ଟନରସିପ ଇଂନିସ ଖେଳି ପାରିନଥିଲେ । ବୋଲିଂ ବିଭାଗରେ ଆର୍ଚର, କରନ ଫର୍ମରେ ଅଛନ୍ତି । ତାଙ୍କ ଉପରେ ଟିମ ନିର୍ଭର କରିବ ।

ହେଡ ଟୁ ହେଡ ମ୍ୟାଚ(ବାଙ୍ଗାଲୋର ବନାମ ରାଜସ୍ଥାନ)

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଏଯାଏଁ ଫର୍ମରେ ଦେଖାଯାଇ ନାହାଁନ୍ତି । ଟିମର ଓପୋନର ଦେବଦତ୍ତ ଓ ଆରୋନ ଫିଞ୍ଚ ଆରମ୍ଭରୁ ଭଲ ପ୍ରଦର୍ଶନ କରୁଛନ୍ତି । ଏବି ଡେଭିଲିୟର୍ସ ବି ଏମଆଇ ବିପକ୍ଷରେ ଅର୍ଦ୍ଧଶତକ ପାଳି ଖେଳିଥିଲେ କେବଳ କୋହଲିଙ୍କ ବ୍ୟାଟରୁ ରନ ଆସି ନାହିଁ ।

ବୋଲିଂ ବିଭାଗରେ ନବଦୀପ ସାଇନି ଭଲ ପ୍ରଦର୍ଶନ କରୁଛନ୍ତି । ସ୍ପିନର ଭାବେ ଚହଲ ବିପକ୍ଷ ରାଜସ୍ଥାନର ମୁଣ୍ଡବିନ୍ଧା କାରଣ ହୋଇପାରନ୍ତି । ମୁମ୍ବାଇ ବିପକ୍ଷରେ କୋହଲି 2 ସ୍ପିନରଙ୍କ ସହ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଏଡମ ଜାମ୍ପାଙ୍କୁ ରାଜସ୍ଥାନ ବିପକ୍ଷରେ ବି ଟିମରେ ସାମିଲ କରି ପାରନ୍ତି ।

ତେବେ ଉଭୟ ଦଳ ମଧ୍ୟରେ ହେଡ ଟୁ ହେଡ ମ୍ୟାଚ ଦେଖିବାକୁ ଗଲେ ମୋଟ 21ଟି ମ୍ୟାଚ ଖେଳା ଯାଇଛି । ସେଥିରୁ 8ଟି ବାଙ୍ଗାଲୋର ଓ 10ଟି ରାଜସ୍ଥାନ ନିଜ ନାଁରେ କରିଥିବାବେଳେ 3ଟି ଫଳାଫଳ ମିଳିନାହିଁ ।

ABOUT THE AUTHOR

...view details