ଓଡିଶା

odisha

ETV Bharat / sports

ସଚିନଙ୍କ ଖାସ ଦିନ, ମୋହାଲିରେ ଭାଙ୍ଗିଥିଲେ ଲାରାଙ୍କ ରେକର୍ଡ - october

ଅକ୍ଟୋବର 17 । ଏହି ଦିନ ସଚିନ ଟେଷ୍ଟ କ୍ୟାରିଅରେ 11,953 ରନ୍‌ରୁ ଊର୍ଦ୍ଧ୍ବ ରନ କରିଥିଲେ । ଫଳରେ ସେ ଇଣ୍ଡିଜର ମହାନ କ୍ରିକେଟର ବ୍ରାଏନ ଲାରାଙ୍କୁ ପଛରେ ପକାଇ ଦେଇ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଥିଲେ । 11ବର୍ଷ ପୂର୍ବେ ଏହି ରେକର୍ଡ ହାସଲ କରିଥିଲେ ସଚିନ ।

BCCI

By

Published : Oct 18, 2019, 12:46 AM IST

ହାଇଦ୍ରାବାଦ: କ୍ରିକେଟର ଭଗବାନଙ୍କ ପାଇଁ ବେଶ୍‌ ମହତ୍ବ ରଖେ 17 ଅକ୍ଟୋବର । 11ବର୍ଷ ପୂର୍ବେ ଏହି ଦିନରେ ଟେଷ୍ଟ କ୍ରିକେଟରେ ଇତିହାସ ରଚିଥିଲେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

17 ଅକ୍ଟୋବର 2008ରେ ସଚିନ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ 2ୟ ଟେଷ୍ଟ ମ୍ୟାଚ ଖେଳୁଥିଲେ । ଏହି ମୁକାବିଲାରେ 14ରନ କରିବା ମାତ୍ରେ ହିଁ ଇଣ୍ଡିଜର ମହାନ କ୍ରିକେଟର ବ୍ରାଏନ ଲାରାଙ୍କୁ ପଛରେ ପକାଇ ଦେଇ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଥିଲେ । ଏହାପରେ ମୋହାଲି ଆକାଶରେ ଆତସବାଜି ଏପରି ହୋଇଥିଲା , ଯେମିତି ଲାଗୁଥିଲା ସେହି ଦିନ ଥିଲା ଦୀପାବଳି ।

ତେବେ ସଚିନଙ୍କ କୀର୍ତ୍ତିମାନକୁ ବିସିସିଆଇ ମନେପକାଇ ଏକ ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି ।

ଏହିଦିନ ସଚିନ ଟେଷ୍ଟ କ୍ୟାରିଅରେ 11,953ରନ୍‌ରୁ ଊର୍ଦ୍ଧ୍ବ ରନ କରିଥିଲେ । ବ୍ରାଏନ ଲାରା ଟେଷ୍ଟ କ୍ରିକେଟରେ 11953(131 ଟେଷ୍ଟ)ରନ ସ୍କୋର କରିଥିଲେ । ଏହି ରେକର୍ଡକୁ ଭାଙ୍ଗିଥିଲେ ସଚିନ । 2006ରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିଲେ ଲାରା ।


ସଚିନ ନିଜର ଟେଷ୍ଟ କ୍ୟାରିଅରରେ 200 ଟେଷ୍ଟ ମ୍ୟାଚରେ 51 ଶତକ ଓ 68ଅର୍ଦ୍ଧଶତକ ବଳରେ 15,921ରନ ହାସଲ କରିଛନ୍ତି । ନଭେମ୍ବର 2013ରେ ଇଣ୍ଡିଜ ବିପକ୍ଷରେ ସଚିନ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ ।

ABOUT THE AUTHOR

...view details