ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଶନିବାର ପୂର୍ବତନ କ୍ୟାପଟେନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକାଧିକ କ୍ରିକେଟର ପିଢି ପାଇଁ ପ୍ରେରଣା ପାଲଟିଥିବାରୁ 50ତମ ଟେଷ୍ଟ ଡେବ୍ୟୁ ପାଳୁଥିବା ଗାଭାସ୍କରଙ୍କୁ ଭଜି ଶୁଭେଚ୍ଛା ଜଣାଇଛନ୍ତି ।
ବର୍ଷ 1971ରେ ମାର୍ଚ୍ଚ 6ରେ ତ୍ରିନିଦାଦର ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଗାଭାସ୍କର । କ୍ରିକେଟ କ୍ୟାରିୟରରେ ଗାଭାସ୍କର ଅନେକ ବ୍ୟାଟିଂ ରେକର୍ଡ ଭଙ୍ଗ କରିବା ସହ ନିଜ ନାମରେ କରିଛନ୍ତି । ଏଥିସହିତ କ୍ରିକେଟ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଛନ୍ତି ।