ନୂଆଦିଲ୍ଲୀ: ଭାରତର ଟେଷ୍ଟ ସ୍ପେସିଆଲିଷ୍ଟ ହନୁମା ବିହାରୀ ଗୁରୁବାର ନେଟ୍ସରେ ଆରମ୍ଭ କରିଛନ୍ତି ଅଭ୍ୟାସ ଯାହାଦ୍ବାରା କୋଭିଡ-19 ଯୋଗୁଁ କ୍ରୀଡା କାର୍ଯ୍ୟକଳାପ ବନ୍ଦ ରହିଥିଲେ ବି ସେ ଖେଳ ସହ ଯୋଡ଼ି ହୋଇ ରହିପାରିବେ ।
ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜର ତିନି ମ୍ୟାଚ୍ ବିଶିଷ୍ଟ #RaiseTheBat ଟେଷ୍ଟ ସିରିଜ ସହିତ ମାର୍ଚ୍ଚ ମାସରୁ ବନ୍ଦ ଥିବା କ୍ରିକେଟ ପୁନଃ ଆରମ୍ଭ ହୋଇଛି । କିନ୍ତୁ ନିକଟ ଭବିଷ୍ୟତରେ ଭାରତୀୟ କ୍ରିକେଟରଙ୍କ ପାଇଁ କୌଣସି କ୍ରିକେଟର ସମ୍ଭାବନା ଦେଖା ଯାଉନାହିଁ ।
‘‘Every day grind’’ ବୋଲି ବିହାରୀ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି । ଏହି ଫଟୋରେ ଭାରତର ରେଡ-ବଲ୍ ନଂ 6 ଖେଳାଳି ନେଟ୍ସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି ।
ଭାରତ ପାଇଁ ଏପର୍ଯ୍ୟନ୍ତ 9 ଟି ଟେଷ୍ଟ ଖେଳିଥିବା 26 ବର୍ଷୀୟ ହନୁମା, ଫଟୋରେ ବଲକୁ ସାମ୍ନା କରିବା ବେଳେ ଖୁବ ଏକାଗ୍ରଚିତ୍ତ ଦେଖାଯାଉଛନ୍ତି ।