ଓଡିଶା

odisha

ETV Bharat / sports

'ପାକିସ୍ତାନ ନୁହେଁ, ଆତଙ୍କବାଦ ଭାରତର ଶତ୍ରୁ' - Sports

ଭାରତ-ପାକ୍‌ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ନିଜର ମତାମତ ରଖିଛନ୍ତି ଆକ୍ରମ। ଟ୍ୱିଟରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଛନ୍ତି।

By

Published : Mar 2, 2019, 2:20 PM IST

ଇସଲାମାବାଦ: ଭାରତର ଶତ୍ରୁ ପାକିସ୍ତାନ ନୁହେଁ। ଭାରତ ଓ ପାକିସ୍ତାନ ଉଭୟଙ୍କର ଶତ୍ରୁ ଏକ। ଉଭୟ ରାଷ୍ଟ୍ରର ଶତ୍ରୁ ହେଉଛନ୍ତି ଆତଙ୍କବାଦ। ଏହି ସମସ୍ୟାରେ ଉଭୟ ଦେଶ ଜର୍ଜରିତ ବୋଲି କହିଛନ୍ତି କିମ୍ୱଦନ୍ତୀ ପାକିସ୍ତାନୀ ଦ୍ରୁତ ବୋଲର ୱାସିମ ଆକ୍ରମ।

ଭାରତ-ପାକ୍‌ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ନିଜର ମତାମତ ରଖିଛନ୍ତି ଆକ୍ରମ। ସୋସିଆଲ ଆକାଉଣ୍ଟ ଟ୍ୱିଟରରେ ସେ ଟ୍ୱିଟ କରି ଲେଖିଛନ୍ତି, "ଭାରି ହୃଦୟରେ ଭାରତକୁ ଅନୁରୋଧ କରୁଛି, ପାକିସ୍ତାନ ତୁମ ଶତ୍ରୁ ନୁହେଁ। ତମ ଶତ୍ରୁ ଯିଏ ସେ ଆମର ବି ଶତ୍ରୁ। ଆଉ କେତେ ରକ୍ତ ବୋହିବ। ଏବେ ଅନୁଭବ କରିବାର ସମୟ ଆସିଯାଇଛି ଯେ, ଆମେ ସମାନ ଯୁଦ୍ଧରେ ଲଢେଇ କରୁଛୁ। ଆତଙ୍କବାଦକୁ ପରାସ୍ତ କରିବା ପାଇଁ ଆମକୁ କାନ୍ଧରେ କାନ୍ଧ ମିଳାଇବାକୁ ପଡିବ" ବୋଲି ଆକ୍ରମ ଟ୍ୱିଟ କରିଛନ୍ତି।

ଏହାସହ ଅନ୍ୟ ଏକ ଟ୍ୱିଟରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଛନ୍ତି। ଇମ୍ରାନ ଶାନ୍ତିର ବାର୍ତ୍ତା ଭାବେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ଭାରତ ଫେରାଇବାରେ ନିଷ୍ପତ୍ତି ନେଲେ। ଏହାକୁ ତାରିଫ କରି ସେ କହିଛନ୍ତି ଯେ, ଶାନ୍ତିର ରଙ୍ଗ ସବୁବେଳେ ସବୁଜ ଓ ଧଳା। ଏହା ସେ ଆଗରୁ ଜାଣିଥିଲେ ଏବଂ ଆଜି ଏହା ପ୍ରମାଣ ହେଲା। ଆଗରୁ ସବୁବେଳେ ଆମେ କହିଆସିଛୁ ଆମେ ଏକ ଶାନ୍ତି ରାଷ୍ଟ୍ର। କିନ୍ତୁ ଆଜି ଶବ୍ଦଠାରୁ ଆକ୍ସନ ଜୋର ଶୁଭୁଛି। ଆମେ ନେତା ଏହାକୁ ଭୁଲ ପ୍ରମାଣ କରି କଣ ସତ୍ୟ ଓ ଠିକ ତାହା ସାରା ବିଶ୍ୱକୁ ଜଣାଇଛନ୍ତି ବୋଲି ଆକ୍ରମ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୁଲୱାମା ଆତଙ୍କୀ ହମଲା ପରେ ଭାରତ-ପାକ୍‌ ମଧ୍ୟରେ ସମ୍ପର୍କ ବିଗିଡିବାର ଲାଗିଛି। ଏହାପରେ ଭାରତୀୟ ବାୟୁସେନା ପାକ୍‌ ସୀମା ଭିତରେ ପଶି ଏୟାରଷ୍ଟ୍ରାଇକ କରିଥିଲା। ଏହାପର ଠାରୁ ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ABOUT THE AUTHOR

...view details