ଓଡିଶା

odisha

ETV Bharat / sports

ପ୍ରଥମ ସେସନରେ ସ୍ପିନରଙ୍କୁ ସୁଯୋଗ ଦେଲେ ହୋଲ୍ଡର, ପ୍ରଶଂସା କଲେ ସଚିନ - ପ୍ରଥମ ସେସନରେ ସ୍ପିନରଙ୍କୁ ସୁପ୍ରଥମ ସେସନରେ ସ୍ପିନରଙ୍କୁ ସୁଯୋଗ ଦେଲେ ହୋଲ୍ଡରଯୋଗ ଦେଲେ ହୋଲ୍ଡର

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ 2ୟ ଟେଷ୍ଟର ପ୍ରଥମ ସେସନରେ ସ୍ପିନଙ୍କୁ ସୁଯୋଗ ଦେଇଥିବାରୁ ହୋଲ୍ଡରଙ୍କୁ ପ୍ରଶଂସା କଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଅଧିକ ପଢ଼ନ୍ତୁ...

Tendulkar lauds Holder, lauds Holder for bringing on spinner in 1st session, EngVsWi 2nd Test, ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ 2ୟ ଟେଷ୍ଟ, ପ୍ରଥମ ସେସନରେ ସ୍ପିନରଙ୍କୁ ସୁଯୋଗ ଦେଲେ ହୋଲ୍ଡର, ପ୍ରଶଂସା କଲେ ସଚିନ
ପ୍ରଥମ ସେସନରେ ସ୍ପିନରଙ୍କୁ ସୁଯୋଗ ଦେଲେ ହୋଲ୍ଡର, ପ୍ରଶଂସା କଲେ ସଚିନ

By

Published : Jul 17, 2020, 2:38 AM IST

ମଞ୍ଚେଷ୍ଟର: ଗୁରୁବାର ଦିନ ଓଲ୍ଡ ଟ୍ରାଫର୍ଡରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଅଧିବେଶନରେ ରୋଷ୍ଟନ ଚେଜଙ୍କୁ ବୋଲିଂ ପାଇଁ ଆଣିଥିବାରୁ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ୍ ହୋଲ୍ଡରଙ୍କୁ ପ୍ରଶଂସା କରିଛନ୍ତି। ତେନ୍ଦୁଲକର କହିଛନ୍ତି ଯେ ପିଚ୍‌ରେ ଥିବା ଆର୍ଦ୍ରତା ସ୍ପିନରମାନଙ୍କୁ ସହାୟକ ହୁଏ ୟାହା ବ୍ୟାଟ୍ସମ୍ୟାନଙ୍କ କାର୍ଯ୍ୟକୁ କଠିନ କରିଥାଏ ।

‘‘ପ୍ରଥମ ଅଧିବେଶନରେ ମୁଁ ଲକ୍ଷ୍ୟ କଲି ଯେ ଦ୍ରୁଚ ବଲରଙ୍କ କିଛି ବଲ କିପରଙ୍କ ପାଖକୁ ମଧ୍ୟ ଯାଇପାରି ନଥିଲା, ଯାହା ପିଚରେ ଅନେକ ଆର୍ଦ୍ରତା ଥିବା ସୂଚାଇଥାଏ । ଏପରି ଟ୍ରାକ ଯେଉଁଠି ଅଡ୍‌ ବଲକୁ ଗ୍ରୁପ ମିଳିବ ଓ ଅନ୍ୟ ବଲ ସିଧା ଯିବ ସେଥିରେ ସ୍ପିନରଙ୍କୁ ବୋଲିଂ ପାଇଁ ଆଣିବା ଜେସନ୍‌ ହୋଲ୍ଡରଙ୍କ ସ୍ମାର୍ଟ ପଦକ୍ଷେପ,’’ ବୋଲି ଟ୍ବିଟ କରି କହିଛନ୍ତି ତେନ୍ଦୁଲକର ।

ଇଂଲଣ୍ଡ ପାଇଁ ଅଧିନାୟକ ଜୋ ରୁଟ ଏବଂ ଡୋମ ସିବିଲିଙ୍କ ଭାଗିଦାରୀର ଆବଶ୍ୟକତା ଉପରେ ମଧ୍ୟ କହିଛନ୍ତି ସଚିନ । ‘‘ଇଂଲଣ୍ଡ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ @root66 & @DomSibley କରିଛନ୍ତି । ବଲ ଯଥେଷ୍ଟ ନୂତନ ଥିବାବେଳେ ୱେଷ୍ଟଇଣ୍ଡିଜକୁ ବ୍ରେକ୍‌ ଥ୍ରୁ ପାଇବା ପାଇଁ ଏକ ଉପାୟ ଖୋଜିବାକୁ ପଡିବ। ଓଲ୍ଡ ଟ୍ରାଫର୍ଡ ଏକ ଶକ୍ତ ପୃଷ୍ଠ ଓ ଯେତେବେଳେ ତାହା ଶୁଖିଯାଏ ସେତେବେଳେ ବଲ୍ ନରମ ହୋଇଯିବ। ଦଳଗୁଡିକ କିପରି ନୂଆ ବଲ ଖେଳନ୍ତି ତାହା ଉପରେ ଅନେକ କିଛି ନିର୍ଭର କରେ,’’ ବୋଲି ସେ ଲେଖିଛନ୍ତି।

ଅଧିନାୟକ ରୁଟ୍ ଏବଂ ଡୋମ୍ ସିବିଲି ତୃତୀୟ ୱିକେଟ୍ ପାଇଁ 52 ରନ ସଂଗ୍ରହ କରିଥିବାବେଳେ ଦ୍ବିତୀୟ ଅଧିବେଶନରେ ଅଲଜାରୀ ଜୋସେଫଙ୍କ ଶୀକାର ହୋଇଥିଲେ ରୁଟ୍‌ । ଏହା ପରେ ବେନ୍ ଷ୍ଟୋକ୍ସ ସିବିଲିଙ୍କ ସାଥ ଦେଇଥିଲେ ।

ବିଳମ୍ବିତ ଆରମ୍ଭ ହେତୁ ଦିନର ପ୍ରଥମ ଅଧିବେଶନର ଅଧିକାଂଶ ଅଂଶ ହୋଇ ପାରିନଥିଲା କିନ୍ତୁ ମଧ୍ୟାହ୍ନ ଭୋଜନ ପୂର୍ବରୁ ଚେଜ ଓପନର ରୋରୀ ବର୍ନସ୍‌ଙ୍କୁ ଆଉଟ କରିବା ପରେ ୱେଷ୍ଟଇଣ୍ଡିଜକୁ ସେଥିରୁ ଅଧିକ ଲାଭ ମିଳିଥିଲା । ଏହା ପରେ ସେ ଦ୍ବିତୀୟ ଅଧିବେଶନର ପ୍ରଥମ ବଲରୁ ଜାକ କ୍ରାଉଲିଙ୍କୁ ଆଉଟ କରିଥିଲେ ଚେଜ।

@IANS

ABOUT THE AUTHOR

...view details