ଓଡିଶା

odisha

ETV Bharat / sports

#ସେଫ_ହ୍ୟାଣ୍ଡସ_ଚ୍ୟାଲେଞ୍ଜରେ ସାମିଲ ହେଲେ ସଚିନ - Tendulkar

କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର #ସେଫ_ହ୍ୟାଣ୍ଡସ_ଚ୍ୟାଲେଞ୍ଜରେ ଯୋଗ ଦେଇଛନ୍ତି ।

tendulkar-joins-whos-safe-hands-challenge
#ସେଫ_ହ୍ୟାଣ୍ଡସ_ଚାଲେଞ୍ଜରେ ସାମିଲ ହେଲେ ସଚିନ

By

Published : Mar 17, 2020, 9:56 PM IST

ମୁମ୍ବାଇ: କୋରୋନା ଭାଇରସ୍ ବିସ୍ତାର ମଧ୍ୟରେ ହାତ ଧୋଇବା ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର #ସେଫ_ହ୍ୟାଣ୍ଡସ_ଚାଲେଞ୍ଜରେ ଯୋଗ ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସେୟାର କରିଥିବା ଏକ ଭିଡିଓରେ ତେନ୍ଦୁଲକରଙ୍କୁ ଭଲ ଭାବରେ ହାତ ଧୋଇବା ସହ ସାବୁନରେ ହାତ ଧୋଇବାର ମହତ୍ତ୍ବ ବିଷୟରେ କହିଛନ୍ତି ।

କୋରୋନା ଭାଇରସ୍ ମହାମାରୀ ମଧ୍ୟରେ ସ୍ୱଚ୍ଛତାର ଗୁରୁତ୍ୱ ବିସ୍ତାର କରିବାକୁ ଏକ ପ୍ରୟାସରେ ଷ୍ଟାର୍ ଭାରତୀୟ ଆଥଲେଟ୍ ହିମା ଦାସ ମଧ୍ୟ ଏହି ଚ୍ୟାଲେଞ୍ଜ ନେଇଥିଲେ । ପରେ ତେନ୍ଦୁଲକର, ଏହାକୁ ଆଗକୁ ନେବାକୁ ମେରି କୋମ, ସାନିଆ ମିର୍ଜା ଏବଂ ରାନୀ ରାମପାଲଙ୍କୁ ଚାଲେଞ୍ଜ ଦେଇଥିଲେ |

ଏହାପୂର୍ବରୁ, ଏସି ଭାରତୀୟ ସଟଲର ପି.ଭି. ସିନ୍ଧୁ ମଧ୍ୟ ଏହି ଆହ୍ବାନ ନେଇଥିଲେ ଏବଂ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପ୍ରାୟ 30 ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇଥିବାର ନଜର ଆସିଥିଲେ । କୋରୋନା ଭାଇରସ୍ ରୋଗକୁ ମହାମାରୀ ବୋଲି ଘୋଷଣା କରିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ନିୟମିତ ଭାବେ ସାବୁନରେ ହାତ ଧୋଇବାକୁ କହୁଛି ।

ABOUT THE AUTHOR

...view details