ଓଡିଶା

odisha

ETV Bharat / sports

26ରେ ପୁଣି ଏକାଠି ହେବ ଟିମ୍ ଇଣ୍ଡିଆ ସଦସ୍ୟ - indian cricket team

ଇଂଲଣ୍ଡ ବିପକ୍ଷରେ ସିରିଜ ପାଇଁ ଜାନୁଆରୀ 26 ତାରିଖରେ ଚେନ୍ନାଇରେ ପୁଣି ଏକାଠି ହେବେ ସମସ୍ତ ଖେଳାଳି। ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ବିଜୟ ହାସଲ କରିବା ପରେ ସ୍ବଦେଶ ଫେରିଛି ଭାରତୀୟ ଦଳ। ଅଧିକ ପଢ଼ନ୍ତୁ...

team india will again come to chennai on 26 january for test series against england
26ରେ ପୁଣି ଏକାଠି ହେବ ଟିମ୍ ଇଣ୍ଡିଆ ସଦସ୍ୟ

By

Published : Jan 21, 2021, 8:31 PM IST

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ବିଜୟ ହାସଲ କରିବା ପରେ ସ୍ବଦେଶ ଫେରିଛି ଭାରତୀୟ ଦଳ। କିଛି ଦିନ ନିଜ ଘରେ ରହିବା ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ପୁନଃ ପ୍ରସ୍ତୁତି ଆରମ୍ଭ କରିବ ଦଳ। ଜାନୁଆରୀ 26 ତାରିଖରେ ଚେନ୍ନାଇରେ ପୁଣି ଏକାଠି ହେବେ ସମସ୍ତ ଖେଳାଳି। ଏହାପରେ ଫେବୃଆରୀ 2 ତାରିଖରୁ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ ଆରମ୍ଭ ହେବ।

ଯେଉଁ ଇଂଲଣ୍ଡ ସିରିଜ ଯେଉଁମାନେ ନୂଆ ସାମିଲ ହୋଇଛନ୍ତି ବା ଯେଉଁମାନେ ଅଷ୍ଟ୍ରେଲିଆ ସିରିଜରେ ସାମିଲ ନଥିଲେ ସେମାନେ ଜାନୁଆରୀ 23 ତାରିଖରୁ ହିଁ ଚେନ୍ନାଇରେ ପହଞ୍ଚିବେ। ସେମାନଙ୍କ ମଧ୍ୟରେ ନେଟ ବୋଲରମାନେ ବି ସାମିଲ ରହିଛନ୍ତି।

ଇଂଲଣ୍ଡ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ 7 ଦିନ ପାଇଁ ବାୟୋ ବବଲରେ ରହିବାକୁ ହେବ। ସିରିଜର ପ୍ରଥମ ମ୍ୟାଚ ଫେବ୍ରୁଆରୀ 5 ତାରିଖରେ ଆରମ୍ଭ ହେବ। ଏଥିପାଇଁ ପ୍ରତ୍ୟେକ ଖେଳାଳିଙ୍କୁ 26 ତାରିଖ ସୁଦ୍ଧା ଅନ୍ୟ ସପୋର୍ଟ ଷ୍ଟାଫଙ୍କ ସହ ଯୋଗ ଦେବାକୁ ପଡ଼ିବ। ଫେବ୍ରୁଆରୀ 1 ତାରିଖରେ ବାୟୋ ବବଲ ଅବଧି ଶେଷ ହେବାପରେ ଅଭ୍ୟାସ ଆରମ୍ଭ କରିବେ ଖେଳାଳି।

ବର୍ତ୍ତମାନ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଜାରି ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ 4ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହାପରେ ମାର୍ଚ୍ଚ 12 ତାରିଖରେ ଭାରତୀୟ ଦଳ 5ଟି ଦିନିକିଆ ମ୍ୟାଚ ଖେଳିବ। ସମସ୍ତ ଦିନିକିଆ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯିବ। ମାର୍ଚ୍ଚ 23 ତାରିଖରେ ଟ-20 ସିରିଜ ଆରମ୍ଭ ହେବ। ଏହି ସିରିଜର ତିନୋଟି ମ୍ୟାଚ ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ABOUT THE AUTHOR

...view details