ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କ୍ରିକେଟରୁ ବ୍ରେକ ନେଇଛନ୍ତି । ଏହାପରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କାଟୁଛନ୍ତି । କୋହଲି ନିଜର ଟ୍ବିଟର ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି ।
ବ୍ରେକ ନେଇ ଛୁଟି କାଟୁଛନ୍ତି ବିରୁଷ୍କା - Virat Kohli share photos
ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କ୍ରିକେଟରୁ ବ୍ରେକ ନେଇ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କାଟୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ବିରାଟ କୋହଲି(twitter)
ଆଗାମୀ ବାଂଲାଦେଶ ବିପକ୍ଷ ଟି-20 ସିରିଜରୁ କୋହଲି ବିଶ୍ରାମ ନେଇଛନ୍ତି । ବିସିସିଆଇ ପକ୍ଷରୁ ରୋହିତ ଶର୍ମାଙ୍କୁ କ୍ୟାପଟେନ ଦାୟିତ୍ବ ମିଳିଛି । ଅତ୍ୟଧିକ କ୍ରିକେଟ ଯୋଗୁଁ କୋହଲି ବ୍ରେକ ନେଇଥିବା ଜଣାପଡିଛି ।
ଗତ ଜୁନ ମାସରୁ କ୍ରମାଗତ ଭାବେ ଭାରତୀୟ ଦଳ ମ୍ୟାଚ ଖେଳୁଛି । 2018 ଅକ୍ଟୋବରରୁ ଟିମ ଇଣ୍ଡିଆ ମୋଟ 56 ଟି ମ୍ୟାଚ ଖେଳିଛି । ସେଥମଧ୍ୟରୁ କୋହଲି 48 ମ୍ୟାଚ ଖେଳିଛନ୍ତି । ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ପୁଣି ଦଳକୁ ଫେରି କ୍ୟାପଟେନ ଦାୟିତ୍ବ ତୁଲାଇବେ ।