ବିଶାଖାପାଟନାମ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିଜ କ୍ୟାପଟେନ ବିରାଟ କୋହଲି ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାପଟେନ ଭାବେ ସର୍ବାଧିକ ମ୍ୟାଚ ଜିତିବା ତାଲିକାରେ କୋହଲିଙ୍କ ନାମ ଯୋଡି ହୋଇଛି ।
ଏହି ତାଲିକାର ଶୀର୍ଷରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟନ ରିକି ପଏଣ୍ଟିଂ । କ୍ୟାପଟେନ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ 8ଥର ବିଜୟୀ ହୋଇଛନ୍ତି ପଏଣ୍ଟିଂ । 6ଟି ମ୍ୟାଚରେ ବିଜୟ ସହ ଏହି ତାଲିକାର 2ୟରେ ଅଛନ୍ତି ଏଲ ହାସଟ । ପରେ 3ୟ ସର୍ବାଧିକ ଭାବେ କୋହଲି 5ଟି ମ୍ୟାଚରେ ବିଜୟୀ କ୍ୟାପଟେନ ହୋଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସିରିଜର ଅନ୍ୟ 2ଟି ମ୍ୟାଚ ଖେଳିବାକୁ ବାକି ରହିଛି । ଫଳରେ କୋହଲି ପଏଣ୍ଟିଂଙ୍କ ରେକର୍ଡର ନିକଟତର ହୋଇପାରନ୍ତି ।