ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆର ମିଶନ ଟି-20 ବିଶ୍ବକପ, ନିଶାନା ୱେଷ୍ଟଇଣ୍ଡିଜ - ଶକ୍ତିଶାଳୀ ମଧ୍ୟକ୍ରମ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-20 ଫ୍ଲୋରିଡାରେ ଖେଳାଯିବ । ଏହି ଟି-20 ସିରିଜକୁ ଟିମ ଇଣ୍ଡିଆର ଆଗାମି 2020 ଟି-20 ବିଶ୍ବକପ ପୂର୍ବର ପ୍ରସ୍ତୁତି ଆରମ୍ଭ ବୋଲି କୁହାଯାଉଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 3, 2019, 3:20 PM IST

ହାଇଦ୍ରାବାଦ: 2019 କ୍ରିକେଟ ବିଶ୍ବକପ ପରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ଖେଳିବ । ୱେଷ୍ଟଇଣ୍ଡିଜର ଫ୍ଳୋରିଡାରେ ପ୍ରଥମ ଟି-20 ମୁକାବିଲା ରହିଛି । 2020ରେ ଖେଳାଯିବ ଟି-20 ବିଶ୍ବକପ । ତେଣୁ ଏହି ଟି-20 ସିରିଜକୁ ଆଗାମୀ ବିଶ୍ବକପ ପୂର୍ବର ପ୍ରସ୍ତୁତି ବୋଲି କୁହାଯାଉଛି । କାରଣ ଟିମ ଇଣ୍ଡିଆର ଅନେକ ଅବୁଝା ଗଣିତର ସମାଧାନ ଏହି ସିରିଜରେ ହୋଇପାରେ ।

କ୍ୟାପଟେନ କୋହଲି ସ୍ପଷ୍ଟ ଭାବେ କହିସାରିଛନ୍ତି ଏହି ସିରିଜରେ ପ୍ରଦର୍ଶନ ଆଗାମୀ ଦିନରେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବ । ଦଳରେ ସ୍ଥାନ ପାଇଥିବା ଅନେକ ଖେଳାଳିଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ମନିଷ ପାଣ୍ଡେ ଶେଷ ଥର ନଭେମ୍ବର 2018 ଓ ଶ୍ରେୟସ ଆୟର ଫେବ୍ରୁୟାରୀ 2018ରେ ଟିମରେ ଖେଳିଥିଲେ । ସୁରକ୍ଷିତ ଶକ୍ତିଶାଳୀ ମଧ୍ୟକ୍ରମ ପାଇଁ ଏହି ସିରିଜ ନିର୍ଣ୍ଣାୟକ ହୋଇପାରେ ।

ସ୍ପିନ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ଓ ବୁମରା ଙ୍କ ଅନୁପସ୍ଥିତିରେ ଖଲିଲ ଅହମ୍ମଦଙ୍କ ପ୍ରଦର୍ଶନ ଉପରେ ନଜର ରହିଛି। ରୋହିତ ଶର୍ମା ଓ ଫିଟ ହୋଇ ଫେରିଥିବା ଶିଖର ଧାୱନଙ୍କ ଓପନିଂ ଯୋଡି ମଧ୍ୟ ଥରେ ପୁଣି ଏକାଠି ହେବାର ସୁଯୋଗ ମିଳିଛି । କେଏଲ ରାହୁଲ ପୂର୍ବର 4ନଂ ସ୍ଥାନକୁ ପୁଣି ଫେରିବା ନେଇ ଅନୁମାନ କରାଯାଉଛି। ଫେଭରିଟ ୱିକେଟ କିପର ରିଷଭ ପନ୍ତ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ। ରାହୁଲ ଚହର ଓ ସ୍ପିଡ ଷ୍ଟାର ନବଦୀପ ସୈନି ମଧ୍ୟ ଡେବ୍ୟୁ ଅପେକ୍ଷାରେ ଅଛନ୍ତି ।

ABOUT THE AUTHOR

...view details