ନୂଆଦିଲ୍ଲୀ: ଆଉ ନାହାଁନ୍ତି ଭାରତୀୟ କ୍ରିକେଟର ଖାସ ପ୍ରଶଂସକ ଚାରୁଲତା ପଟେଲ । 87 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି 'କ୍ରିକେଟ ଦାଦି' । ବୟସ ତାଙ୍କ ଆଗରେ ହାର ମାନିଥିଲା । କ୍ରିକେଟ ପ୍ରତି ଥିଲା ତାଙ୍କର ନିଆରା ଭଲପାଇବା । ଖାଲି କ୍ରିକେଟ ନୁହେଁ, ବୋଧହୁଏ ସେ ଥିଲେ ଭାରତୀୟ କ୍ରିକେଟର ସବୁଠୁ ବଡ ପ୍ରଶଂସକ । ସେଇଥିପାଇଁ ତ ଭାରତୀୟ କ୍ରିକେଟର ବଡ ଚେହେରା ତାଙ୍କ ପାଖକୁ ଟାଣି ହୋଇଯାଇଥିଲେ ।
ଚାଲିଗଲେ ଟିମ ଇଣ୍ଡିଆର 'ସୁପର ଫ୍ୟାନ' ଚାରୁଲତା - ଟିମ ଇଣ୍ଡିଆର 'ସୁପର ଫ୍ୟାନ୍ସ' ଚାରୁଲତା
ଆଉ ନାହାଁନ୍ତି ଟିମ ଇଣ୍ଡିଆର ଖାସ ପ୍ରଶଂସକ ଚାରୁଲତା ପଟେଲ । 87 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି 'କ୍ରିକେଟ ଦାଦି' ଚାରୁଲତା । ଅଧିକ ପଢନ୍ତୁ...

ବାଂଲାଦେଶ ବିପକ୍ଷ 2019 କ୍ରିକେଟ ବିଶ୍ବକପ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଖଚାଖଚ ଥିଲା । ତେବେ ଚାରୁଲତା 87 ବର୍ଷ ବୟସରେ ଭାରତର ଜାତୀୟ ପତାକା ଧରି ଷ୍ଟାଡିୟମରେ ପହଞ୍ଚିଥିଲେ । ହ୍ବିଲ ଚେୟାରରେ ବସି ଟିମ ଇଣ୍ଡିଆକୁ ଚିଅର କରିଥିଲେ । ଷ୍ଟାଡିୟମରେ ସେ ଥିଲେ ମୁଖ୍ୟ ଆକର୍ଷଣ । ଷ୍ଟାଡିୟମର କ୍ୟାମେରା ସବୁ ତାଙ୍କର କ୍ରିକେଟ ପ୍ରତି ଭଲପାଇବାକୁ ଧରି ରଖିବାକୁ ଚେଷ୍ଟା କରୁଥିଲେ । ମ୍ୟାଚରେ ବାଂଲାଦେଶକୁ ଭାରତ ପରାସ୍ତ କରିଥିଲା । ମ୍ୟାଚ ଶେଷରେ କ୍ୟାପଟେନ କୋହଲି, ଓପନର ରୋହିତ ଶର୍ମା ତାଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଥିଲେ । ଚାରୁଲତା ଭାରତୀୟ ଖେଳାଳିଙ୍କୁ ତାଙ୍କ ପୁଅ ବୋଲି କହିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏମିତିକି ବହୁ ଜାତୀୟ, ଅନ୍ତଜାର୍ତୀୟ ଗଣମାଧ୍ୟମରେ ସେ ଖବରର ଶୀରୋନାମା ପାଲଟିଥିଲେ ।
ତେବେ ତାଙ୍କ ମୃତ୍ୟୁ ଖବରରେ ବିସିସିଆଇ ପକ୍ଷରୁ କୋହଲିଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛି । ଏଥିସହିତ ସେ ସର୍ବଦା ଟିମ ଇଣ୍ଡିଆର ସୁପର ଫ୍ୟାନ ହୋଇ ରହିବେ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି ।