ଓଡିଶା

odisha

ETV Bharat / sports

‘4 ନମ୍ବର ସ୍ଥାନ ପାଇଁ ପ୍ରସ୍ତୁତ ନଥିଲା ଟିମ ଇଣ୍ଡିଆ’

ଭାରତର ପରାଜୟ ପରେ ସବୁଠାରୁ ଅଧିକ ଚର୍ଚ୍ଚା ନମ୍ବର 4 ଅର୍ଥାତ ଧୋନିଙ୍କ ବଦଳରେ ରିଷବ ପନ୍ଥଙ୍କୁ ପଠାଇବା ନେଇ ହୋଇଥିଲା । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ।

ଫାଇଲ ଫଟୋ

By

Published : Jul 15, 2019, 5:04 PM IST

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ 2019ରେ ଭାରତୀୟ ଟିମର ଯାତ୍ରା ସବୁଠାରୁ ଦୁଃଖଦାୟକ ଥିଲା । ଭାରତର ପରାଜୟ ପରେ ସବୁଠାରୁ ଅଧିକ ଚର୍ଚ୍ଚା ନମ୍ବର 4 ଅର୍ଥାତ ଧୋନିଙ୍କ ବଦଳରେ ରିଷବ ପନ୍ଥଙ୍କୁ ପଠାଇବା ନେଇ ହୋଇଥିଲା । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ।

ଯୁବରାଜ କହିଛନ୍ତି ଯେ ଟିମ ମ୍ୟାନେଜମେଣ୍ଟକୁ ନମ୍ବର 4 ପାଇଁ ଜଣେ ଖେଳାଳିଙ୍କୁ ଉତ୍ତମ ଭାବେ ପ୍ରଶିକ୍ଷଣ ଦେବାର ଥିଲା । ଯଦି କେହି ନମ୍ବର 4ରେ ଖେଳିବାକୁ ଅସମର୍ଥ ଥିଲେ ତେବେ ତାଙ୍କୁ କହିବାର ଥିଲା ଯେ ସେ ବିଶ୍ବକପ ଖେଳୁଛନ୍ତି । ଯେପରି 2003 ବିଶ୍ବକପରେ ଭାରତୀୟ ଟିମ ଥିଲା । ସେହି ସମୟରେ ଟିମ ବିଶ୍ବକପ ଆଗରୁ ନ୍ୟୁଜିଲାଣ୍ଡ ସହ ଖେଳି ଖରାପ ପ୍ରଦର୍ଶନ କରିଥିଲା । ମାତ୍ର ସମାନ ଟିମ ବିଶ୍ବକପ ଖେଳି ଭଲ ପ୍ରଦର୍ଶନ କରିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଯୁବରାଜ ସିଂ ନମ୍ବର 4ରେ ଖେଳି ଭାରତକୁ 2007 ଟ୍ବେଣ୍ଟି20 ବିଶ୍ବକପ ଏବଂ 2011 ଦିନିକିଆ ବିଶ୍ବକପ ଜିତାଇବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରାୟିଡୁଙ୍କ ସମର୍ଥନରେ ମଧ୍ୟ ସେ କହିଥିଲେ ଯେ ତାଙ୍କ ପ୍ରତି ଯାହା ହେଲା ତାହା ଠିକ ନଥିଲା । ରାୟୁଡୁ ତ ସନ୍ୟାସ ନେଇଗଲେ । ଅନ୍ୟପଟେ ପନ୍ଥଙ୍କୁ ଟିମରେ ରଖାଯାଇଥିଲା ଏବଂ ପରେ ତାଙ୍କୁ ଡ୍ରପ କରିଦିଆଗଲା । କିଛି ମ୍ୟାଚରେ ବିଜୟଙ୍କୁ ମଧ୍ୟ ଚେଷ୍ଟା କରାଗଲା ।

ସେ ଆହୁରି କହିଥିଲେ ଯେ ନମ୍ବର 4 ଏକ ଏମିତି ସ୍ଥାନ ଯେଉଁଠି କିଏ ଭଲ ଖେଳୁଛି ତେବେ ତାକୁ ସପୋର୍ଟ କରିବାକୁ ହେବ । କୌଣସି ପ୍ଲେୟାରଙ୍କୁ ଏଭଳି ଡ୍ରପ୍ କରିବା ଉଚିତ ନୁହେଁ । କିନ୍ତୁ ନମ୍ବର 4 ପାଇଁ ମ୍ୟାନେଜମେଣ୍ଟ ପାଖରେ କୌଣସି ପ୍ଲାନ ନଥିଲା ବୋଲି ଯୁବରାଜ କହିଛନ୍ତି ।

ABOUT THE AUTHOR

...view details