ହାଇଦ୍ରାବାଦ: କ୍ରିକେଟ ଗ୍ରାଉଣ୍ଡରେ ଛକା ଚୌକା ସହ ଫ୍ୟାନ୍ସଙ୍କ ପାଗାଳିମି ସଭିଏଁ ଦେଖିଛନ୍ତି । କିନ୍ତୁ ମ୍ୟାଚ ଚାଲିଥିବା ସମୟରେ କ୍ରିକେଟରଙ୍କ ମ୍ୟାଜିକାଲ୍ ସେଲିବ୍ରେସନ ପ୍ରଥମଥର ପାଇଁ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି । ମଞ୍ଜାସି ସୁପର ଲିଗ୍ରେ ଦ.ଆଫ୍ରିକାର ବୋଲର ତବରେଜ ଶମସି ଓ୍ବିକେଟ ନେଲା ପରେ ମ୍ୟାଜିକ ଅନ୍ଦାଜରେ ସେଲିବ୍ରେଟ କରିଥିଲେ ।
କ୍ରିକେଟ ଗ୍ରାଉଣ୍ଡରେ ଯାଦୁ ଦେଖାଇଲେ ବୋଲର - ମଞ୍ଜାସି ସୁପର ଲିଗ୍
କ୍ରିକେଟରମାନେ ଗ୍ରାଉଣ୍ଡରେ ଶତକ ହାସଲ କରିବା ପରେ କିମ୍ବା ଓ୍ବିକେଟ ଅକ୍ତିଆର କରିବା ପରେ ବିଭିନ୍ନ ଅନ୍ଦାଜରେ ସେଲିବ୍ରେଟ କରିଥାନ୍ତି । କିନ୍ତୁ ତବରେଜ ଶମସି ଓ୍ବିକେଟ ହାସଲ ପରେ ତାଙ୍କର ମ୍ୟାଜିକାଲ୍ ସେଲିବ୍ରେସନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
![କ୍ରିକେଟ ଗ୍ରାଉଣ୍ଡରେ ଯାଦୁ ଦେଖାଇଲେ ବୋଲର ସେଲିବ୍ରେସନ](https://etvbharatimages.akamaized.net/etvbharat/prod-images/768-512-5278557-thumbnail-3x2-cricket.jpg)
mzansi super leauge
ତବରେଜ ମଞ୍ଜାସି ସୁପରଲିଗରେ ଗୋଟିଏ ଓ୍ବିକେଟ ହାସଲ କରିବା ପରେ ଏକ ଲାଲ୍ ରଙ୍ଗର ରୁମାଲକୁ ବାଡିରେ ପରିଣତ କରିଥିଲେ । ଏହା ଦେଖି ଦର୍ଶକ ବେଶ୍ ଆଚମ୍ବିତ ହୋଇଯାଇଥିଲେ ।
ତେବେ ଏହି ଯାଦୁର ଭିଡିଓ ଖୋଦ୍ ମଞ୍ଜାସି ସୁପର ଲିଗର ଅଫିସିଆଲ ଟ୍ବିଟରରେ ପୋଷ୍ଟ କରାଯାଇଛି । ଏଥିସହ ପୋଷ୍ଟରେ ଲେଖାଯାଇଛି ଯେ, ଓ୍ବିକେଟ ! ଶମସିଙ୍କ ତରଫରୁ ଟିକେ ଯାଦୁ ।