ଓଡିଶା

odisha

By

Published : Feb 27, 2020, 10:56 PM IST

Updated : Feb 27, 2020, 11:04 PM IST

ETV Bharat / sports

ଆଇସିସି ଟି-20 ମାନ୍ୟତା: 2ୟ ସ୍ଥାନକୁ ଫେରିଲେ ରାହୁଲ

ସଦ୍ୟତମ ପ୍ରକାଶିତ ଆଇସିସି ଟି-20 ମାନ୍ୟତାରେ 2ୟ ସ୍ଥାନରେ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ । ଅଧିକ ପଢନ୍ତୁ...

T20I Rankings
ଆଇସିସି ଟି-20 ମାନ୍ୟତା

ହାଇଦ୍ରାବାଦ: ପ୍ରକାଶ ପାଇଛି ଆଇସିସି ଟି-20 ମାନ୍ୟତା । ସଦ୍ୟତମ ପ୍ରକାଶିତ ମାନ୍ୟତାରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ 2ୟ ସ୍ଥାନରେ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ 5ଟିକିଆ ଟି-20 ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ରାହୁଲ । ପ୍ରଥମ ସ୍ଥାନରେ ମୋଟ 878 ପଏଣ୍ଟ ସହ ପାକିସ୍ତାନ କ୍ରିକେଟର ବାବର ଆଜମ ରହିଛନ୍ତି । 823 ପଏଣ୍ଟ ସହ ରାହୁଲ 2ୟ ସ୍ଥାନରେ ରହିଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି 673 ପଏଣ୍ଟ ସହ ତାଲିକାର 10ମ ସ୍ଥାନରେ ରହିଛନ୍ତି ।

ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଆଷ୍ଟନ ଆଗର 10 ସ୍ଥାନରୁ 6ଟି ସ୍ଥାନ ଉପରକୁ ଉଠି 4ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-20ରେ ହାଟ୍ରିକ ହାସଲ ସହ ମୋଟ 5ଟି ୱିକେଟ ଅକ୍ତିଆର କରିଥିଲେ ଆଗର । ଅନ୍ୟତମ ଅଷ୍ଟ୍ରେଲିଆ ସ୍ପିନର ଆଡାମ ଜାମ୍ପା ମାନ୍ୟତାର 3ୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ତାବ୍ରିଜ ସାମସି 5ମ ସ୍ଥାନରେ ରହିଛନ୍ତି ।

Last Updated : Feb 27, 2020, 11:04 PM IST

ABOUT THE AUTHOR

...view details