ଓଡିଶା

odisha

By

Published : May 19, 2020, 5:12 PM IST

ETV Bharat / sports

ପୂର୍ବ ନିର୍ଦ୍ଧାରିତ ସୂଚୀରେ ଟି-20 ବିଶ୍ବକପ ହେବା ଉଚିତ: ବାବାର ଆଜମ

ଟି-20 ବିଶ୍ବକପ ନେଇ ପାକିସ୍ତାନ ହ୍ବାଇଟ ବଲ୍ କ୍ରିକେଟର ନବ ନିଯୁକ୍ତ କ୍ୟାପଟେନ ବାବାର ଆଜମ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଟି-20 ବିଶ୍ବକପ ହେବା ଉଚିତ ବୋଲି ସେ କହିଛନ୍ତି ।

T20 World Cup should happen: Babar Azam
ପୂର୍ବ ନିର୍ଧାରିତ ସୂଚୀରେ ଟି-20 ବିଶ୍ବକପ ହେବା ଉଚିତ:ବାବାର ଆଜମ

ଲାହୋର: ଟି-20 ବିଶ୍ବକପ ନେଇ ପାକିସ୍ତାନ ହ୍ବାଇଟ ବଲ୍ କ୍ରିକେଟର ନବ ନିଯୁକ୍ତ କ୍ୟାପଟେନ ବାବାର ଆଜମ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଟି-20 ବିଶ୍ବକପ ହେବା ଉଚିତ ବୋଲି ସେ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ବାବାର ଆଜାମ କହିଛନ୍ତି ଖେଳାଳି ସହିତ କ୍ୟାପଟେନ ଭାବେ ଏହା ତାଙ୍କର ପ୍ରଥମ ଟି20 ବିଶ୍ବକପ । ଖାଲି ଷ୍ଟାଡିୟମରେ ବିନା ଦର୍ଶକଙ୍କ ଉପସ୍ଥିତିରେ କ୍ରିକେଟ ଖେଳିବା ଅସହଜ ଅନୁଭବ ହେବ । ମାତ୍ର କୋରୋନା ଭାଇରସ ସମୟରେ ଅନ୍ୟ ବିକଳ୍ପ ମଧ୍ୟ ନାହିଁ। ବଲକୁ ଚମକାଇବା ପାଇଁ ଛେପ ଲଗାଇବାକୁ ବାରଣ କରାଯାଇଛି । ଏଥିସହିତ ବିଜୟରେ ପରସ୍ପର ମଧ୍ୟରେ ଖୁସି ମନାଇବାକୁ ମଧ୍ୟ କଟକଣା ରହିଛି । ଏହା କ୍ରିକେଟରଙ୍କ ପାଇଁ ସହଜ ନୁହେଁ ବୋଲି ମତ ରଖିଛନ୍ତି ।

ତେବେ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇସିସି ଟି-20 ବିଶ୍ବକପ ର ଭାଗ୍ୟ ଏବେ ଆଇସିସି କୋର୍ଟରେ ରହିଛି । ଏହି ମେଗା ଟୁର୍ଣ୍ଣାମେଣ୍ଟର ଭାଗ୍ୟ ଅସ୍ପଷ୍ଟ ରହିଛି ।

ABOUT THE AUTHOR

...view details