ଲଣ୍ଡନ: ମହିଳା ଟି-20 ବିଶ୍ବକପ ସେମିଫାଇନାଲରୁ ବିନା ପରାଜୟରେ ବିଦାୟ ନେଇଥିଲା ଇଂଲଣ୍ଡ । ତେବେ ଏହାକୁ ଏଯାବତ ସହଜରେ ଗ୍ରହଣ କରିପାରିନାହାଁନ୍ତି ଇଂଲଣ୍ଡ ଖେଳାଳି । ଏହି ଅବଶୋଷ ଦୀର୍ଘ ଦିନ ରହିବ କହିଛନ୍ତି ଇଂଲଣ୍ଡ ମହିଳା କ୍ରିକେଟର ଟମି ବିୟୁମୋଣ୍ଟ ।
ଟି-20 ବିଶ୍ବକପ ସେମିଫାଇନାଲ ବିଦାୟକୁ ନେଇ ଏମିତି କହିଲେ ବିୟୁମୋଣ୍ଟ - ମହିଳା ଟି-20 ବିଶ୍ବକପ
ମହିଳା ଟି-20 ବିଶ୍ବକପ ସେମିଫାଇନାଲରୁ ବିନା ପରାଜୟରେ ବିଦାୟ ନେଇଥିଲା ଇଂଲଣ୍ଡ । ତେବେ ଏହାକୁ ଏଯାବତ ସହଜରେ ଗ୍ରହଣ କରିପାରିନାହାଁନ୍ତି ଇଂଲଣ୍ଡ ଖେଳାଳି । ଏହି ଅବଶୋଷ ଦୀର୍ଘ ଦିନ ରହିବ କହିଛନ୍ତି ଇଂଲଣ୍ଡ ମହିଳା କ୍ରିକେଟର ଟମି ବିୟୁମୋଣ୍ଟ ।
ଟି-20 ବିଶ୍ବକପ ସେମିଫାଇନାଲ ବିଦାୟକୁ ନେଇ ଏମିତି କହିଲେ ବିୟୁମୋଣ୍ଟ
ସିଡନି କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବର୍ଷା ଯୋଗୁଁ ସମ୍ଭବ ହୋଇନଥିଲା । ଫଳରେ ମ୍ୟାଚ ବାତିଲ ସହ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ସହ ପଏଣ୍ଟ ତାଲିକାରେ ଇଂଲଣ୍ଡ ଠାରୁ ପଏଣ୍ଟ ଥିବାରୁ ଫାଇନଲାକୁ ଉନ୍ନିତ ହୋଇଥିଲା ଭାରତ ।
ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ଇଂଲଣ୍ଡକୁ ମହଙ୍ଗା ପଡିଥିଲା । ତେବେ ସେମିଫାଇନାଲ ମ୍ୟାତ ବର୍ଷା ଯୋଗୁଁ ବାତିଲ ପରେ, ବିଶ୍ବକପ ଭଳି ମେଗା ଭଭେଣ୍ଟରେ ରିଜର୍ଭ ଡେ ର ବ୍ୟବସ୍ଥା ନଥିବାକୁ ନେଇ ପ୍ରଶ୍ନ ଉଠିଥିଲା ।