ETV Bharat Odisha

ଓଡିଶା

odisha

ETV Bharat / sports

ଗୋଟିଏ ଟୁର୍‌ରେ 3ଟି ଫର୍ମାଟରେ ଡେବ୍ୟୁ କରି ରେକର୍ଡ କଲେ ନଟରାଜନ - ବ୍ରିସବେନ ଟେଷ୍ଟ

ତାମିଲନାଡୁର ନଟରାଜନ ଭାରତର ପ୍ରଥମ ଖେଳାଳି ଭାବେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଯିଏ ଗୋଟିଏ ଟୁର୍‌ରେ ହିଁ 3ଟି ଫର୍ମାଟରେ ଡେବ୍ୟୁ ମ୍ୟାଚ ଖେଳିଛନ୍ତି ।

ଗୋଟିଏ ଟୁର୍‌ରେ 3ଟି ଫର୍ମାଟରେ ଡେବ୍ୟୁ କରି ରେକର୍ଡ କଲେ ନଟରାଜନ
ଗୋଟିଏ ଟୁର୍‌ରେ 3ଟି ଫର୍ମାଟରେ ଡେବ୍ୟୁ କରି ରେକର୍ଡ କଲେ ନଟରାଜନ
author img

By

Published : Jan 15, 2021, 12:23 PM IST

ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ । ତେବେ ଭାରତର ପ୍ରମୁଖ ଟେଷ୍ଟ ବୋଲର ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା, ମହମ୍ମଦ ସାମି ଓ ଉମେଶ ଆହତ ଅଛନ୍ତି । ସେଥିପାଇଁ ବ୍ରିସବେନ ଟେଷ୍ଟରେ ଟି ନଟରାଜନଙ୍କୁ ଡେବ୍ୟୁର ସୁଯୋଗ ମିଳିଛି । ଏଥିସହ ସେ ମାଥ୍ୟୁ ୱେଡଙ୍କୁ ଆଉଟ କରି ନିଜର ଡେବ୍ୟୁ ଓ୍ବିକେଟ ହାସଲ କରିଛନ୍ତି ।

ତେବେ ଏହି ଡେବ୍ୟୁ ପରେ ତାମିଲନାଡୁର ନଟରାଜନ ଭାରତର ପ୍ରଥମ ଖେଳାଳି ଭାବେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଯିଏ ଗୋଟିଏ ଟୁର୍‌ରେ ହିଁ 3ଟି ଫର୍ମାଟରେ ଡେବ୍ୟୁ ମ୍ୟାଚ ଖେଳିଛନ୍ତି ।

କୋରୋନା ମହାମାରୀ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତରେ ହିଁ ସେ ଟ-20, ଦିନିକିଆ ଓ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଛନ୍ତି ।

29 ବର୍ଷୀୟ ନଟରାଜନ ଆଇପିଏଲ 2020ରେ ଭଲ ଫର୍ମରେ ରହିଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ । ତାଙ୍କର ପ୍ରଦର୍ଶନ ବେଳରେ ସେ ଟିମ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିଛନ୍ତି । ସ୍ପିନର ବରୁଣ ଚକ୍ରବର୍ତ୍ତି ଆହତ କାରଣରୁ ଟି-20ରେ ସ୍ଥାନ ମିଳିଥିଲା ।

ତେବେ ଏପରି ରେକର୍ଡ କରିଥିବା ବିଶ୍ବର 17ତମ ଖେଳାଳି ହେଉଛନ୍ତି ଟି ନଟରାଜନ ।

ଏଥିସହ ଆଜି ତାଙ୍କର ତାମିଲନାଡୁର ଟିମମେଟ୍‌ ୱାସିଂଟନ ସୁନ୍ଦର ନିଜର ଡେବ୍ୟୁ ମ୍ୟାଚ ଖେଳୁଛନ୍ତି । ଟି ନଟରାଜନ ଭାରତ ପାଇଁ ଟେଷ୍ଟ ଖେଳୁଥିବା 300ତମ ଓ ସୁନ୍ଦର 301ତମ ଖେଳାଳି ପାଲଟିଛନ୍ତି ।

ABOUT THE AUTHOR

...view details