ହାଇଦ୍ରାବାଦ: ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରାଣ୍ଡନ ମ୍ୟାକୁଲମ ବୁଧବାର କହିଛନ୍ତି ଯେ ଚଳିତ ବର୍ଷ ହେବାକୁ ଥିବା ଟି-20 ବିଶ୍ବକପକୁ ଆଗାମୀ ବର୍ଷ ଆରମ୍ଭକୁ ଘୁଞ୍ଚାଇ ଦେଇ ତା ସ୍ଥାନରେ ଆଇପିଏଲ ଖେଳାଯାଉ ।
କୋରୋନା ମହାମାରୀ କାରଣରୁ ସମସ୍ତ ସ୍ପୋର୍ଟ୍ସ ଇଭେଣ୍ଟ ବାତିଲ କିମ୍ବା ଘୁଞ୍ଚି ଯାଇଛି । ଯାହାର ପ୍ରଭାବରେ ଅକ୍ଟୋବର 18 ରୁ ନଭେମ୍ବର 15 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଆଇପିଲର 13 ତମ ସଂସ୍କରଣକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆ ଯାଇଛି ।
ତେବେ ଏନେଇ କୋଲକାତା ନାଇଟ ରାଇଡର୍ସ କୋଚ ବ୍ରାଣ୍ଡମ ମ୍ୟାକୁଲମ କହିଛନ୍ତି ଯେ, ‘‘ମୁଁ ଭାବୁଛି ଅକ୍ଟୋବରରେ ହେବାକୁ ଥିବା ଟି-20 ବିଶ୍ବକପକୁ ଘୁଞ୍ଚାଇ ତା ସ୍ଥାନରେ ଆଇପିଏଲ ଖେଳାଯାଇପାରିବ ।’’
‘‘ଫେବୃଆରୀ 2021ରେ ମହିଳା ଏକଦିବଶୀୟ ବିଶ୍ବକପ ହେବାର ଅଛି । କିନ୍ତୁ ପରିସ୍ଥିତି ଯେପରି ରହିଛି ତାହା ମଧ୍ୟ ଘୁଞ୍ଚିବାର ଆଶଙ୍କା ରହିଛି । କିନ୍ତୁ ଆଶା ଯେ ତିନୋଟି ଯାକ ଟୁର୍ଣ୍ଣାମେଣ୍ଟ ଆମକୁ ଦେଖିବାକୁ ସୁଯୋଗ ମିଳିବ ।’’