ଓଡିଶା

odisha

ETV Bharat / sports

34 ବର୍ଷରେ ପଦାର୍ପଣ କଲେ ଟି-20 ସ୍ପେଶାଲିଷ୍ଟ ସୁରେଶ ରାଇନା - T-20 specialist

ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ଓ ପୂର୍ବତନ ଭାରତୀୟ କିକ୍ରେଟର ସୁରେଶ ରାଇନାଙ୍କ ଜନ୍ମଦିନ । 34 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଇନା । ଅଧିକ ପଢ଼ନ୍ତୁ...

34 ବର୍ଷରେ ପଦାର୍ପଣ କଲେ ଟି-20 ସ୍ପେଶାଲିଷ୍ଟ ସୁରେଶ ରାଇନା
34 ବର୍ଷରେ ପଦାର୍ପଣ କଲେ ଟି-20 ସ୍ପେଶାଲିଷ୍ଟ ସୁରେଶ ରାଇନା

By

Published : Nov 27, 2020, 4:51 PM IST

Updated : Nov 27, 2020, 8:02 PM IST

ନୂଆଦିଲ୍ଲୀ:ଟି-20 ସ୍ପେଶାଲିଷ୍ଟ ଓ ପୂର୍ବତନ ଭାରତୀୟ କିକ୍ରେଟର ସୁରେଶ ରାଇନାଙ୍କ ଆଜି (ଶୁକ୍ରବାର) ଜନ୍ମଦିନ । 34 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଇନା । ଏହି ଅବସରରେ ଦମଦାର ବ୍ୟାଟ୍ସମ୍ୟାନଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ଚଳିତ ବର୍ଷ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ତେବେ 34ତମ ଜନ୍ମଦିନରେ ନିଜ ପରିବାର ସହ ମାଳଦୀପରେ ଛୁଟି କାଟୁଛନ୍ତି।

34 ବର୍ଷ ବୟସରେ ପଦାର୍ପଣ କଲେ ଟି-ଟ୍ବେଣ୍ଟି ସ୍ପେସିଆଲିଷ୍ଟ ସୁରେଶ ରାଇନା

ସୁରେଶ ରାଇନାଙ୍କ ଜନ୍ମଦିନ ଅବସରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସିକ୍ସର କିଙ୍ଗ ଯୁବରାଜ ସିଂହ ଓ ଇରଫାନ ପଠାନ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିସିସିଆଇ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

34 ବର୍ଷ ବୟସରେ ପଦାର୍ପଣ କଲେ ଟି-ଟ୍ବେଣ୍ଟି ସ୍ପେସିଆଲିଷ୍ଟ ସୁରେଶ ରାଇନା

2005 ମସିହା ଜୁଲାଇ 30 ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ସୁରେଶ ରାଇନା । ଭାରତ ପକ୍ଷରୁ 226ଟି ଦିନିକିଆ ମ୍ୟାଚ ଖେଳି 5 ହଜାର 615 ରନ କରିଛନ୍ତି । 35 ହାରରେ 5 ଶତକ ସହ 36ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି ରାଇନା ।

ସେହିଭଳି 2010 ମସିହା ଜୁଲାଇ 26 ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ ମ୍ୟାଚ ଡେବ୍ୟୁ କରିଥିଲେ। ଭାରତ ପାଇଁ ରାଇନା ମୋଟ 18ଟି ଟେଷ୍ଟ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଛନ୍ତି। ସେହିଭଳି ଟେଷ୍ଟରେ 27 ହାରରେ ରନ ସଂଗ୍ରହ କରିଛନ୍ତି । ସୁରେଶ ରାଇନା ଟି-20 ସ୍ପେଶାଲିଷ୍ଟ ଭାବେ ବେଶ ଜଣାଶୁଣା।

2006 ମସିହା ଡିସେମ୍ବର 1 ତାରିଖରେ ସାଉଥ ଆଫ୍ରିକା ବିପକ୍ଷରେ ସେ ଟି-ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ। ଟି-ଟ୍ବେଣ୍ଟିରେ ସେ 29 ହାରରେ 1 ହଜାର 605 ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ସାମିଲ ରହିଥିବା ବେଳେ 5ଟି ଅର୍ଦ୍ଧ ଶତକ ସାମିଲ ରହିଛି ।

2018 ମସିହାରେ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ ରାଇନା । ଫର୍ମ ନଥିବାରୁ ସେ ଜାତୀୟ ଦଳକୁ ଆଉ ଫେରି ପାରିନଥିଲେ। 2007 ଟି-ଟ୍ବେଣ୍ଟି ବିଶ୍ବକପ, 2011 ବିଶ୍ବକପ ଓ 2013 ମସିହା ଚମ୍ପିୟନ୍ସ ଟ୍ରଫି ଭାରତ ବିଜୟୀ ଲାଭ କରିଥିବା ବେଳେ ଏହି 3ଟି ଯାକ ଟିମର ସଦସ୍ୟ ଥିଲେ ରାଇନା ।

ରାଇନା ନିଜ କ୍ୟାରିୟରେ ଭଲ ବୋଲିଂ ମଧ୍ୟ କରି ଦେଖାଇଛନ୍ତି । ଦିନିକିଆ ମ୍ୟାଚରେ ସେ 36ଟି, ଟେଷ୍ଟ ମ୍ୟାଚରେ 13ଟି ଓ ଟି-ଟ୍ବେଣ୍ଟି ମ୍ୟାଚରେ 13 ୱିକେଟ ନେବାରେ ସଫଳ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 27, 2020, 8:02 PM IST

ABOUT THE AUTHOR

...view details