ମୁମ୍ବାଇ: ସୟଦ ମୁସ୍କାକ ଅଲ୍ଲୀ ଟ୍ରଫିରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ଘରୋଇ ସିଜିନ । ଜାନୁଆରୀ 10ରୁ 31 ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ଇମେଲ ଯୋଗେଁ ରବିବାର ରାଜ୍ୟ ସଂଘ ଗୁଡିକୁ ଜଣାଇଛନ୍ତି ।
ମହାମାରୀ କୋରୋନା କଟକଣା ମଧ୍ୟରେ ଘରୋଇ ସିଜିନ ଆରମ୍ଭ ନେଇ ରାଜ୍ୟ ବୋର୍ଡ ଗୁଡିକର ମତାମତ ଲୋଡିଥିଲା ବିସିସିଆଇ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସପକ୍ଷରେ ଏକାଧିକ ରାଜ୍ୟ ସଂଘ ମତ ଦେଇଥିଲେ ।