ଓଡିଶା

odisha

ETV Bharat / sports

ମୁସ୍ତାକ ଅଲୀ ଟ୍ରଫି: ଓଡିଶାର ଜୋରଦାର ଅଭ୍ୟାସ, ରବିବାର ବେଙ୍ଗଲ ସହ ମୁହାଁମୁହିଁ - Odisha vs Bengal clash

ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଇଡେନ ଗାର୍ଡେନରେ ଟିମ ଓଡ଼ିଶାର ଜୋରଦାର ଅଭ୍ୟାସ । ଅଧିକ ପଢନ୍ତୁ...

syed mushtaq ali trophy: Odisha net hard before Bengal clash in Eden garden Kolkata
ମୁସ୍ତାକ ଅଲି ଟ୍ରଫି: ଓଡିଶାର ଜୋରଦାର ଅଭ୍ୟାସ, ରବିବାର ବେଙ୍ଗଲ ସହ ମୁଁହାମୁହିଁ

By

Published : Jan 9, 2021, 10:43 PM IST

Updated : Jan 10, 2021, 12:38 PM IST

କଟକ: ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଓଡ଼ିଶାର ଜୋରଦାର ଅଭ୍ୟାସ । ଇଡେନ ଗାର୍ଡେନରେ ଆଜି ଝାଳ ବୁହାଇଛି ଟିମ ଓଡିଶା । ଆସନ୍ତାକାଲି ବେଙ୍ଗଲ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ଶୁଭ୍ରାଂଶୁ ବାହିନୀ ।

ମୁସ୍ତାକ ଅଲି ଟ୍ରଫି: ଓଡିଶାର ଜୋରଦାର ଅଭ୍ୟାସ, ରବିବାର ବେଙ୍ଗଲ ସହ ମୁଁହାମୁହିଁ

ସେଥିପାଇଁ ଫ୍ଲଡ଼ ଲାଇଟରେ ଅଭ୍ୟାସ ଜାରି ରଖିଛି ଦଳ । ରବିବାର ଓଡିଶା ଖେଳିବ ପ୍ରଥମ ମ୍ୟାଚ । ଟୁର୍ଣ୍ଣାମେଣ୍ଟ ପାଇଁ 20 ଜଣ ଦକ୍ଷ ଖେଳାଳି ଚୟନ କରିଛି ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ।

ମୁସ୍ତାକ ଅଲି ଟ୍ରଫି: ଓଡିଶାର ଜୋରଦାର ଅଭ୍ୟାସ, ରବିବାର ବେଙ୍ଗଲ ସହ ମୁଁହାମୁହିଁ
ମୁସ୍ତାକ ଅଲି ଟ୍ରଫି: ଓଡିଶାର ଜୋରଦାର ଅଭ୍ୟାସ, ରବିବାର ବେଙ୍ଗଲ ସହ ମୁଁହାମୁହିଁ

ତେବେ ଏହାରି ଭିତରେ ଆନ୍ତଃଜିଲା ଟି-20ରେ ଭଲ ପ୍ରଦର୍ଶନ କରିଥିବା କିଛି ଖେଳାଳିଙ୍କ ଉପରେ ଫୋକସ ରଖିଛି ଓସିଏ । ବିଶେଷ କରି ଅଧିନାୟକ ଶୁଭ୍ରାଂଶୁ ସେନାପତି, ବିପ୍ଳବ ସାମନ୍ତରାୟ, ଅଲରାଉଣ୍ଡର ସୂର୍ଯ୍ୟକାନ୍ତ ପ୍ରଧାନ ଭଲ ପଦର୍ଶନ କରିବା ନେଇ ଆଶା ରହିଛି । ତେବେ ଏହାସହ 9 ନୂଆ ମୁଁହ ଉପରେ ମଧ୍ୟ ଭରସା କରିଛି ଓଡିଶା କ୍ରିକେଟ ସଂଘ । ଓଡିଶା, ବେଙ୍ଗଲ, ଝାଡଖଣ୍ଡ, ତାମିଲନାଡୁ, ଆସାମ, ହାଇଦ୍ରାବାଦ ସହ ଏଲିଟ ଗ୍ରୁପ ବି ରେ ରହିଛି ।

ମୁସ୍ତାକ ଅଲି ଟ୍ରଫି: ଓଡିଶାର ଜୋରଦାର ଅଭ୍ୟାସ, ରବିବାର ବେଙ୍ଗଲ ସହ ମୁଁହାମୁହିଁ

ଗ୍ରୁପ୍:

ଏଲିଟ ଗ୍ରୁପ ଏ : ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ପଞ୍ଜାବ, ଉତ୍ତର ପ୍ରଦେଶ, ରେଲୱେ, ତ୍ରୀପୁରା(ସ୍ଥାନ : ବେଙ୍ଗାଲୁରୁ)

ଏଲିଟ ଗ୍ରୁପ ବି : ଓଡିଶା, ବେଙ୍ଗଲ, ଝାଡଖଣ୍ଡ, ତାମିଲନାଡୁ, ଆସାମ, ହାଇଦ୍ରାବାଦ(ସ୍ଥାନ: କୋଲକାତା)

ଏଲିଟ ଗ୍ରୁପ ସି : ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ହିମାଚଳ ପ୍ରଦେଶ, ବରୋଦା, ଉତ୍ତରାଖଣ୍ଡ(ସ୍ଥାନ: ବଦୋଦରା)

ଏଲିଟ ଗ୍ରୁପ ଡି : ସେନା, ସୌରାଷ୍ଟ୍ର, ବିଦର୍ଭ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ(ସ୍ଥାନ: ଇନ୍ଦୋର)

ଏଲିଟ ଗ୍ରୁପ ଇ : ହରିୟାଣା, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, କେରଳ, ପୁଡୁଚେରୀ(ସ୍ଥାନ : ମୁମ୍ବାଇ)

ପ୍ଲେଟ ଗ୍ରୁପ : ଚଣ୍ଡିଗଡ, ମେଘାଳୟ, ବିହାର, ନାଗାଲାଣ୍ଡ, ମଣୀପୁର, ମିଜୋରାମ, ସିକ୍କିମ, ଅରୁଣାଚଳ ପ୍ରଦେଶ(ସ୍ଥାନ: ଚେନ୍ନାଇ)

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 10, 2021, 12:38 PM IST

ABOUT THE AUTHOR

...view details