ଓଡିଶା

odisha

ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଫାଇନାଲରେ ତାମିଲନାଡୁକୁ ଭେଟିବ ବରୋଦା

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି 2021ରେ ଫାଇନାଲ ଖେଳିବାକୁ ଥିବା ଦୁଇ ଟିମ ଚୁଡାନ୍ତ ହୋଇଛି । ଅଧିକ ପଢନ୍ତୁ...

By

Published : Jan 29, 2021, 11:01 PM IST

Syed Mushtaq Ali Trophy: Baroda to face Tamil Nadu in the final
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଫାଇନାଲରେ ତାମିଲନାଡୁକୁ ଭେଟିବ ବରୋଦା

ଅହମ୍ମଦାବାଦ:ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି 2021ରେ ଫାଇନାଲ ଖେଳିବାକୁ ଥିବା ଦୁଇ ଟିମ ଚୁଡାନ୍ତ ହୋଇଛି। ଫାଇନାଲରେ ଟାଇଟେଲ ଟ୍ରଫି ପାଇଁ ତାମିଲନାଡୁ ସହ ମୁହାଁମୁହିଁ ହେବ ବରୋଦା ।

ମୋଟେରା ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ପଞ୍ଜାବକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି ବରୋଦା । ପୂର୍ବରୁ ରାଜସ୍ଥାନକୁ ହରାଇ ତାମିଲକନାଡୁ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଥିଲା ତାମିଲନାଡୁ ।

ଟସ୍‌ ଜିତି ପଞ୍ଜାବ କ୍ୟାପଟେନ ମନ୍ଦୀପ ସିଂ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପରେ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 160 ରନ ସଂଗ୍ରହ କରିଥିଲା ବରୋଦା । ତେବେ 161 ରନକୁ ପିଛା କରି ପଞ୍ଜାବ ମାତ୍ର 135 ରନ କରିପାରିଥିଲା । କ୍ୟାପଟେନ ମନ୍ଦୀନ ସିଂ 24 ବଲରୁ ଅପରାଜିତ 42 ରନର ଇଂନିସ ଖେଳିଥିଲେ ମଧ୍ୟ ଟିମକୁ ବିଜୟୀ କରାଇ ପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details