ଅହମ୍ମଦାବାଦ:ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲୀ ଟି20ର ଫାଇନାଲ ଫାଇଟ ଜାରି ରହିଛି । ଟସ ଜିତି ପ୍ରଥମେ ବରୋଦାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ତାଲିମନାଡୁ କ୍ୟାପଟେନ ଦିନେଶ କାର୍ତ୍ତିକ । ଏହାପରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 120 ରନ ସଂଗ୍ରହ କରିପାରିଛି ବରୋଦା । ଏଥିସହ ତାମିଲନାଡୁ ସାମ୍ନାରେ 121 ରନର ବିଜୟ ଲକ୍ଷ୍ୟ ରଖିଛି ।
ବରୋଦା ପକ୍ଷରୁ 55 ବଲରୁ ସର୍ବାଧିକ 49 ରନର ଇଂନିସ ଖେଳିଛନ୍ତି ଭି ସୋଲାଙ୍କି । ଏହି ଇଂନିସରେ 2ଟି ଛକା ଓ ଗୋଟିଏ ଛକା ସାମିଲ ରହିଛି । ଏ. ସେଠ 30 ବଲରୁ 2ଟି ଚୌକା ଓ ଗୋଟିଏ ଛକା ସହାୟତାରେ 29 ରନର ଇଂନିସ ଖେଳିଛନ୍ତି । ତେବେ ତାମିଲନାଡୁ ବୋଲରଙ୍କ କଞ୍ଜୁସି ବୋଲିଂ ସହ ବଡ ସଟ୍ ଖେଳିବାକୁ ସୁଯୋଗ ଦେଇନଥିଲେ ।