ଅହମ୍ମଦାବାଦ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ସେମିଫାଇନାଲ ମୁକାବିଲାରେ ତାମିଲନାଡୁ- ରାଜସ୍ଥାନ ଫାଇଟ୍ । ସର୍ଦ୍ଦାର ପଟେଲ ଷ୍ଟାଟିୟମରେ ଟସ୍ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ ଦଳ 9 ଓ୍ବିକେଟ ହରାଇ 154ରନ୍ ସଂଗ୍ରହ କରିଥିଲା । ଉଭୟଙ୍କ ପାଇଁ ମ୍ୟାଚ ଆଜି ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜିର ବିଜେତା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାସଲ କରିବ ।
ତେବେ ରାଜସ୍ଥାନ ପକ୍ଷରୁ ଅଶୋକ ସର୍ବାଧିକ 51ରନ୍ କରିଥିବାବେଳେ ଅରଜିତ୍ ଗୁପ୍ତା 45ରନ୍, ଆଦିତ୍ୟ 29, ରବି ବିଷ୍ନୋଇ 12, ଚନ୍ଦ୍ରପାଲ ସିଂ 2, ତନବୀର 2, ମହିପାଲ 3 ରନ୍ ସଂଗ୍ରହ କରିଥିଲେ ।