ଓଡିଶା

odisha

ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଫାଇନାଲ ଟକ୍କର: ମୋଟେରାରେ ବରୋଦା -ତାମିଲନାଡୁ ମୁହାଁମୁହିଁ

ଆଜି ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ସନ୍ଧ୍ୟା 7ଟାରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ । ବରୋଦା -ତାମିଲନାଡୁ ମଧ୍ୟରେ ଖେଳାଯିବ ଫାଇନାଲ ମୁକାବିଲା ।

By

Published : Jan 31, 2021, 2:04 PM IST

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଫାଇନାଲ ଟକ୍କର : ମୋଟେରାରେ ବରୋଦା -ତାମିଲନାଡୁ ମୁହାଁମୁହିଁ
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଫାଇନାଲ ଟକ୍କର : ମୋଟେରାରେ ବରୋଦା -ତାମିଲନାଡୁ ମୁହାଁମୁହିଁ

ଅହମଦାବାଦ: ବରୋଦା -ତାମିଲନାଡୁ ମଧ୍ୟରେ ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲ ଫାଇଟ୍‌ । ଆଜି ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ସନ୍ଧ୍ୟା 7ଟାରେ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ ଉଭୟ ଦଳ ବେଶ୍‌ ଉତ୍ସାହିତ ଅଛନ୍ତି । କାରଣ ବରୋଦା 3ୟଥର ଓ ତାମିଲନାଡୁ 2ୟ ଥର ପାଇଁ ଚମ୍ପିଆନ ହେବା ପାଇଁ ଆଜି ମୋଟେରାରେ ଲଢିବେ ।

ଦିନେଶ କାର୍ତ୍ତିକଙ୍କ ତାମିଲନାଡୁ ଟିମ ଅନୁଭବି ଓ ଯୁବ ଖେଳାଳିଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇବ । ଅନ୍ୟପଟେ କେଦାର ଦେବଘରଙ୍କ ନେତୃତ୍ବରେ ବରୋଦା ଦଳ ଚଳିତ ସିଜିନରେ ଏକତରଫା ମ୍ୟାଚ ହାତେଇବାରେ ସଫଳ ହୋଇଛନ୍ତି । ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।

ତାମିଲନାଡୁ ଦଳ ସେମିଫାଇନାଲରେ ରାଜସ୍ଥାନକୁ 7 ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଥିଲା । ସେହିପରି ବରୋଦା ଦଳ ପଞ୍ଜାବକୁ 25ରନ୍‌ରେ ହରାଇ ଫାଇନାଲ ଫାଇଟ୍‌ ପାଇଁ ପ୍ରସ୍ତୁତ ରହିଛି ।

ABOUT THE AUTHOR

...view details